ବରଗଡ଼: ସ୍ଥାନୀୟ ବିଦ୍ୟା ବିହାର ସ୍ଥିତ ଇମ୍ପରିୟଲ କଲେଜ୍ଠାରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଅଶୋକ ଧ୍ୟାନଚାନ୍ଦଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସେ ବିଶ୍ବକପ୍ ହକିର ସ୍ମୃତି ଉଜାଗର କରିବା ସହ ନିଜ ପିତା ତଥା ହକି କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।
ସେ ୧୯୭୫ ମସିହା କ୍ୱାଲାଲାମ୍ପୁର ଠାରେ ବିଶ୍ୱକପ୍ ହକିରେ ପାକିସ୍ତାନ ବିପକ୍ଷରେ ଗୋଲ ଉପରେ ସ୍ମୃତି ବଖାଣିଥିଲେ। ବରଗଡ଼ ସାମ୍ବାଦିକ ସଂଘ, ଜିଲା କ୍ରିକେଟ ଆସୋସିଏସନ, ଲାୟନ୍ସ କ୍ଲବ, ପଞ୍ଚାୟତ କଲେଜ, ଜିଲ୍ଲା ଏଥଲେଟିକ ଆସୋସିଏସନ, ସଂକଳ୍ପ ପରିବାର, ବଦ୍ରିପ୍ରସାଦ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ, ଜେସିଆଇ ବରଗଡ଼, ଚେମ୍ବର ଅଫ୍ କମର୍ସ, ମାରବାଡି ଯୁବାମଞ୍ଚ, ନିଷ୍ଠା ପରିବାର, ଏଇ ମିସନ ସ୍କୁଲ , ସଂସ୍କାର ସ୍କୁଲ ଏବଂ ଇଡିଆଇଆଇ ତରଫରୁ ତାଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅଶୋକ ଧ୍ୟାନଚାନ୍ଦ ଇମ୍ପରିଆଲ୍ କଲେଜର କ୍ୟାଲେଣ୍ଡର ଟେଲ୍ସ ଅଫ୍ ବରଗଡ଼ ଓ ବୁକଲେଟ ଉନ୍ମୋଚନ କରିଥିଲେ। କଲେଜର ଚେୟାରମ୍ୟାନ ଦୀପକ ଗୋୟଲ ସ୍ୱାଗତ ଭାଷଣ, ଅଧ୍ୟାପିକା ଝରଣା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା ଏବଂ ଅଧ୍ୟକ୍ଷ ଦୁର୍ଗେଶ ଶତପଥି ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/18-21.jpg)