ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ର ବଡ଼ ଆଶଙ୍କା କରିଛନ୍ତି। ଆଗକୁ ରାଜ୍ୟରେ ୧୦ରୁ ୧୨ ହଜାର ହୋଇପାରେ ଦୈନିକ ସଂକ୍ରମଣ । ଡାକ୍ତର ଅଶୋକ ମହାପାତ୍ର ଏହା ସହିତ ଆକଳନ କରିଛନ୍ତି କରୋନା ମୁକାବିଲାରେ ଆମ ରାଜ୍ୟ ପାଇଁ ଆଗାମୀ ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ରାଜ୍ୟରେ ଯେଉଁଭଳି ସଂକ୍ରମଣ ବଢୁଛି, ଓଡିଶାରେ ଆଗକୁ ଦୈନିକ ସଂକ୍ରମଣ ୧୦ ହଜାର ଅତିକ୍ରମ କରିଯିବ।
ଆଗକୁ ଦେଶରେ ଏହି ଦୈନିକ ସଂକ୍ରମଣ ସଂଖ୍ୟା ୫ ଲକ୍ଷ ଛୁଇଁବାର ଆଶଙ୍କା ରହିଥିବା ବି କହିଛନ୍ତି ଡାକ୍ତର ଅଶୋକ ମହାପାତ୍ର। କରୋନାର ଦ୍ୱିତୀୟ ଲହରରେ ନୂଆ ଷ୍ଟ୍ରେନ୍ ଅତି ଭୟଙ୍କର ଭାବେ ବ୍ୟାପୁଥିବା ସେ ସତର୍କ କରାଇଛନ୍ତି । ଏବେ ସଂକ୍ରମଣ ଅଧିକ ହେଲେ ମଧ୍ୟ ମୃତ୍ୟୁ କମ୍ ରହିବ ବୋଲି ସେ ଆକଳନ କରିଛନ୍ତି। ସେଥିପାଇଁ ସମସ୍ତଙ୍କୁ ଏବେଠାରୁ ସଜାଗ ହେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ଅଶୋକ ମହାପାତ୍ର।
କରୋନାର ମୁକାବିଲା ଲାଗି ଆମ ରାଜ୍ୟ ପାଇଁ ଆଗାମୀ ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ: ଡାକ୍ତର ଅଶୋକ ମହାପାତ୍ର
/sambad/media/post_attachments/wp-content/uploads/2021/04/Infectin-Will-Be-12K-in-Later-in-The-State_Thumbnail.jpg)