ବରଗଡ଼: ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଗାଁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଚପଲ ମାରିବା ଲାଗି ଅଭିଯୁକ୍ତ କାର୍ତ୍ତିକ ମେହେରଙ୍କୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ହିଁ ଉସୁକାଇଥିଲେ। ଆଜି ରାତିରେ ବରଗଡ଼ ଏସ୍ଡିପିଓ ସୁରେଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏଭଳି ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ଶ୍ରୀ ନାୟକ ଏକଥା ବି କହିଛନ୍ତି ଯେ ଅଶୋକଙ୍କ ସହିତ ଏହି ଘଟଣାରେ ବିଜେପିର ପଦ୍ମପୁର ବୁଧାପାଲି ଗାଁର କିଶୋର ବହିଦାର ଓ ଲୋକନାଥ ପଟେଲଙ୍କର ଏଥିରେ ହାତ ଅଛି। କାର୍ତ୍ତିକଙ୍କୁ ପ୍ରାରମ୍ଭିକ ପଚରାଉଚରା ବେଳେ ସେ ପୁଲିସ ସାମ୍ନାରେ ଏହା ସ୍ୱୀକାର କରିଛନ୍ତି। ଏସ୍ଡିପିଓ କାର୍ତ୍ତିକଙ୍କ ସହିତ ବିଜେପି ସଂପର୍କ ଯୋଡିବା ନେଇ ଆହୁରି କିଛି ମଧ୍ୟ ରହସ୍ୟ ଖୋଲିଛନ୍ତି। କହିଛନ୍ତି, କାର୍ତ୍ତିକଙ୍କ ପକେଟ୍ରୁ ବିଜେପିର ପୁସିଂ କାର୍ଡ ମିଳିଛି। ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦ୍ମପୁର ଗସ୍ତ ବେଳେ କାର୍ତ୍ତିକ ଗୋଟିଏ ଘର ଉପରୁ ତାଙ୍କ କାର୍କେଡ୍ ଉପରକୁ ଅଣ୍ଡା ଫିଙ୍ଗିଥିଲେ। ଏ ନେଇ ପଦ୍ମପୁର ଥାନାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ କୁମ୍ଭାରୀ ଘଟଣା ନେଇ ବରପାଲି ପୁଲିସ କେସ୍ ନମ୍ବର ୪୩, ଦଫା ୪୪୮, ୩୪୧, ୩୩୬, ୩୫୫, ୧୨୦ ବି ଓ ୧୨୭ ଆର୍ପି ଆକ୍ଟରେ ମାମଲା ରୁଜୁ କରିଛି। ପୁଲିସ କହିଛି, କାର୍ତ୍ତିକ ଡାକ୍ତରଖାନାରୁ ଫେରିବାପରେ ତାଙ୍କୁ ଅଧିକ ଜେରା କରାଯିବ। ସେ ସମୟରେ ମାମଲା ସଂପର୍କିତ ଆଉ କିଛି ଗୁଢ ରହସ୍ୟ ଖୋଲିପାରେ।
ଅଶୋକ ଉସୁକାଇଥିଲେ: ପୁଲିସ
୨୦୧୪ରେ ବି ସେ ନବୀନଙ୍କ କାର୍କେଡ୍କୁ ଅଣ୍ଡା ମାଡ଼ କରିଥିଲେ, କାର୍ତ୍ତିକଙ୍କ ବିରୋଧରେ ମାମଲା ରୁଜୁ
/sambad/media/post_attachments/wp-content/uploads/2018/02/2da6b1c0-48db-4080-86ab-b03e67647f0d.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)