ନୂଆ ଆଡ଼ଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଶୋକ ପରିଜା

ଭୁବନେଶ୍ବର: ରାଜ୍ୟର  ନୂଆ ଆଡ଼ଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇନଜୀନୀ ଅଶୋକ ପରିଜା । ବୁଧବାର ବିଧିବଦ୍ଧ ଭାବେ ବର୍ତ୍ତମାନର ଆଡ଼ଭୋକେଟ୍ ଜେନେରାଲ ସୂର୍ଯ୍ୟ ମିଶ୍ରଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଅଶୋକ ପରିଜା । ବରିଷ୍ଠ ଆଡ଼ଭୋକେଟ ତଥା ବାର କାଉନସିଲ ଅଫ୍ ଇଣ୍ଡିଆର ପୂର୍ବତନ ଚେୟାରମ୍ୟାନ ଅଶୋକ ପରିଜାଙ୍କୁ ରାଜ୍ୟ ସରକାର ଆଡ଼ଭୋକେଟ ଜେନେରାଲ ଭାବେ ନିଯୁକ୍ତି ଦେଇଛନ୍ତି । କାର୍ଯ୍ୟଭାର ଗ୍ରହଣ ପରେ ଶ୍ରୀ ପରିଜା କହିଛନ୍ତି, ପ୍ରଥମେ ମୁଁ ଜଣେ ଓକିଲ ପରେ ଆଡ଼ଭୋକେଟ ଜେନେରାଲ । ସମସ୍ତ ଆଇନଜୀବୀ ଭାଇଙ୍କ ସହଯୋଗ ଓ ପରାମର୍ଶ ନେଇ କାମ କରିବି।

ମାତ୍ର ୨୩ ବର୍ଷ ବୟସରୁ  ଓଡ଼ିଶା ବାର କାଉନସିଲରେ ଜଣେ ଆଡ଼ଭୋକେଟ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଅଶୋକ ପରିଜା। ଓଡ଼ିଶାର ପୂର୍ବତନ ଆଡ଼ଭୋକେଟ ଜେନେରାଲ୍ ବିଜୟ କୁମାର ମହାନ୍ତିଙ୍କ ଅଧୀନରେ ସେ ତାଙ୍କ ଆଇନ ବୃତ୍ତି ଆରମ୍ଭ କରିଥିଲେ । ୨୦୦୩ରେ ଜଣେ ବରିଷ୍ଠ ଆଇନଜୀବୀ ମର୍ଯ୍ୟାଦା ହାସଲ କରିବା ପରେ,୨୦୦୮ ରେ ରାଜ୍ୟ ବାର କାଉନସିଲର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୧ରେ ଅଶୋକ ପରିଜା ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଚେୟାରମ୍ୟାନ ଭାବେ ମଧ୍ୟ ନିଯୁକ୍ତି ପାଇଥିଲେ। ୨୦୧୬ ମସିହାରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ।
ସମ୍ବନ୍ଧିତ ଖବର