ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ଲାଭ କରିଥିବା ଲୋକପ୍ରିୟ ସିନେମାଟୋଗ୍ରାଫର୍ ଅଶୋକ ସ୍ୱାଇଁ ଆଉ ନାହାନ୍ତି। ଆଜି ସକାଳ ୯ଟା ସମୟରେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଶୋକ ସ୍ୱାଇଁଙ୍କର ବିଧବା ପତ୍ନୀ ,ଗୋଟିଏ ପୁଅ ଏବଂ ଦୁଇ ଝିଅ ଅଛନ୍ତି।
ସିନେମାଟୋଗ୍ରାଫର୍ ଅଶୋକ ସ୍ୱାଇଁ ବେଙ୍ଗାଲୁରର ଏକ ନାମୀ ଶିକ୍ଷାନୁଷ୍ଠାନରୁ ସିନେମାଟୋଗ୍ରାଫିରେ ଡିପ୍ଲୋମା ଲାଭ କରିଥିଲେ। ସେ ସମର ସଲିମ୍ ସାଇମନ୍, ସହରୀ ବାଘ, ମୁଁ ତୁମେ ଓ ସେ, ଶାସ୍ତି, ଛଅ ମାଣ ଆଠଗୁଣ୍ଠ ,ଭୁଲି ହୁଏନା ଓ ଶେଷ ପ୍ରତୀକ୍ଷା ସମେତ ୩୦ରୁ ଅଧିକ ଓଡ଼ିଆ ସିନେମାରେ ସିନେମାଟୋଗ୍ରାଫର୍ଭାବେ କାର୍ଯ୍ୟ କରିଥିଲେ। ଏତଦବ୍ୟତୀତ ସେ ଅନେକ ଟେଲିଫିଲ୍ମ ଓ ଧାରାବାହିକରେ ମଧ୍ୟ ଚିତ୍ରୋତ୍ତଳନ ଦାୟିତ୍ୱ ଗ୍ରହଣ କରିଥିଲେ।
/sambad/media/post_attachments/wp-content/uploads/2018/07/Ashok_Swain6-296x300.jpg)
ସେ ଦୂରଦର୍ଶନରେ ମୁଖ୍ୟ କ୍ୟାମେରାମ୍ୟାନ୍ ଭାବେ କାର୍ଯ୍ୟ କରି ଚାକିରିରୁ ଅବସର ଗ୍ରହଣ କରିଥିଲେ। ସିନେମାଟୋଗ୍ରାଫର୍ ଅଶୋକ ସ୍ୱାଇଁଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳି ଯାଇଛି । ଅଶୋକ ସ୍ୱାଇଁଙ୍କର ଶେଷ ଦର୍ଶନଲାଗି ମୃତ ଶରୀରକୁ ତାଙ୍କର କଟକ ମହତାବ ରୋଡସ୍ଥିତ ବାସଭବନକୁ ଅଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Ashok-Swain_Thumbnail.jpg)