ଭୁବନେଶ୍ବର : ଅଶୋକାଷ୍ଟମୀ ଉପଲକ୍ଷେ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲାରେ ସବୁ ସରକାରୀ ଅନୁଷ୍ଠାନ ବନ୍ଦ ରହିବ। କେନ୍ଦ୍ରାଞ୍ଚଳ ଆର୍ଡିସି ଏପ୍ରିଲ ୨୦କୁ ଖୋର୍ଦ୍ଧା ଜିଲ୍ଲା ପାଇଁ ସ୍ଥାନୀୟ ଛୁଟି ଭାବେ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ଅଶୋକାଷ୍ଟମୀ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାରେ ସ୍ଥାନୀୟ ଛୁଟି ହେଉଥିବା ଜଣାପଡ଼ିଛି। ତେବେ ଗତବର୍ଷ କୋଭିଡ୍ କଟକଣା ଯୋଗୁଁ ରୁକୁଣା ରଥଯାତ୍ରା ହୋଇନଥିବାରୁ ଏହି ଦିନ ଛୁଟି ହୋଇନଥିଲା।
ଖୋର୍ଦ୍ଧା ଜିଲ୍ଲାରେ ଆଜି ଅଶୋକାଷ୍ଟମୀ ଛୁଟି
/sambad/media/post_attachments/wp-content/uploads/2020/01/rukuna-ratha.jpg)