ଇସ୍ତଫା ଦେବା ପ୍ରସଙ୍ଗରେ ଏପରି ଉତ୍ତର ରଖିଲେ ଅଶ୍ବିନୀ

ଭୁବନେଶ୍ୱର: ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୩ ଶହ ପାଖାପାଖି ଜୀବନ ଅକାଳରେ ଉଜୁଡ଼ି ଯାଇଥିବା ବେଳେ କିଏ ନିଜ ପୁଅକୁ ହରାଇଛି ତ କିଏ ନିଜ ବାପାମା’, ଭାଇବନ୍ଧୁଙ୍କୁ ହରାଇଛି। ସେମାନଙ୍କ ମୃତଦେହ ଦେଖି ଆକୁଳ ଚିତ୍କାରରେ ଦୁର୍ଘଟଣାସ୍ଥଳ ଫାଟି ପଡ଼ୁଥିବା ବେଳେ ଏପରି ଏକ ଛାତିଥରା ଦୁର୍ଘଟଣା ପାଇଁ ଟିଏମ୍‌ସି, ସିପିଆଇ, ସିପିଆଇ(ଏମ୍‌ଏଲ୍‌), ଏନ୍‌ସିପି ପ୍ରମୁଖ ବିରୋଧୀ ଦଳ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛନ୍ତି।

ଶନିବାର ସକାଳୁ ଦୁର୍ଘଟଣାସ୍ଥଳରେ ପହଞ୍ଚି ରେଳମନ୍ତ୍ରୀ ଘଟଣାର ସମୀକ୍ଷା କରୁଥିବା ବେଳେ ଗଣମାଧ୍ୟମ ତାଙ୍କୁ ଇସ୍ତଫାଦେବା ପ୍ରସଙ୍ଗରେ ପଚାରିବାରୁ ଶ୍ରୀ ବୈଷ୍ଣବ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ଏହା ଏପରି ଏକ ଘଟଣା, ଯେଉଁଥିପାଇଁ ପ୍ରଥମେ ମାନବୀୟ ସମ୍ବେଦନଶୀଳତା ଆବଶ୍ୟକ। ସର୍ବପ୍ରଥମେ ଉଦ୍ଧାର କାର୍ଯ୍ୟ ଏବଂ ସହାୟତା ପ୍ରଦାନକୁ ଗୁରୁତ୍ବ ଦିଆଯାଇଥିବା ସେ କହିଛନ୍ତି। ତେବେ, ଏହି ଦୁର୍ଘଟଣା ପଛରେ କିଛି ମାନବୀୟ ତ୍ରୁଟି ଅଛି କି ପଚରାଯିବାରୁ ପୂରା ମାମଲାର ଯାଞ୍ଚ ପାଇଁ ଏକ କମିଟି ଗଠନ ହୋଇଛି। ଯାଞ୍ଚ ହେବାପରେ ହିଁ ସମ୍ପୂର୍ଣ୍ଣ ଘଟଣା ଉପରୁ ପରଦା ହଟି ପାରିବ ବୋଲି ସେ କହିଛନ୍ତି। ଏଥିସହ ରେଳ ସୁରକ୍ଷା କମିଶନ ବି ଏହି ଘଟଣାର ତଦନ୍ତ କରୁଥିବା ଶ୍ରୀ ବୈଷ୍ଣବ କହିଛନ୍ତି।

ସମ୍ବନ୍ଧିତ ଖବର