ଭୁବନେଶ୍ବର : ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବେ ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶ୍ବିନୀ ବୈଷ୍ଣବଙ୍କ ନାମ ଗତକାଲି ଘୋଷଣା ହେଲା ପରେ ସେ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଶ୍ରୀ ବୈଷ୍ଣବ ବିଜେପିରେ ସାମିଲ ହୋଇଥିଲେ। ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିଥିଲେ। ଶ୍ରୀ ବୈଷ୍ଣବ କହିଥିଲେ, ମୁଁ ଚାକିରି ଜୀବନରେ ଓଡ଼ିଶାରେ କାର୍ଯ୍ୟ କରିଛି। ଏବେ ପୁଣି ଓଡ଼ିଶା ପାଇଁ କିଛି କରିବାକୁ ବିଜେପି ସୁଯୋଗ ଦେଇଛି। ମୁଁ ମୋ କ୍ଷମତା ମୁତାବକ ଓଡ଼ିଶାର ବିକାଶ ପାଇଁ କାମ କରିବି।
ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ କୃତଜ୍ଞତା ଜ୍ଞାପନ କରି ରାଜ୍ୟ ସଭାପତି ଶ୍ରୀ ପଣ୍ଡା କହିଲେ, ଶ୍ରୀ େବୖଷ୍ଣବ ଜଣେ ଦକ୍ଷ ପ୍ରଶାସକ ଥିଲେ। ଏବେ ସେ ସାଂସଦ ଭାବେ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମର୍ଥନ ଘୋଷଣା କରିଥିବାରୁ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ମୁଖପାତ୍ର େଗାଲକ ମହାପାତ୍ର, ସାଧାରଣ ସମ୍ପାଦକ ଅନନ୍ତ ନାୟକ, ଶାରଦା ପ୍ରସନ୍ନ ଶତପଥୀ ଓ ସୁବାସ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ବିଜେପି ପ୍ରାର୍ଥୀ ଶ୍ରୀ େବୖଷ୍ଣବଙ୍କୁ ବିଜେଡି ସମର୍ଥନ ଦେବ ବୋଲି ଗତକାଲି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଧାନସଭାରେ ବିଜେପିର ସଂଖ୍ୟା କମ୍ ଥିଲେ ବିଜେଡି ସମର୍ଥନ କରୁଥିବାରୁ ଶ୍ରୀ ବୈଷ୍ଣବ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/m6ff.jpg)