କୋଣାର୍କ/ପୁରୀ : ବିଶ୍ବ ଐତିହ୍ୟ ସୂର୍ଯ୍ୟମନ୍ଦିରରୁ କାରୁକାର୍ଯ୍ୟ ଖଚିତ ମୂର୍ତ୍ତି ଅପସାରଣ କରାଯାଇ ସାଦା ପଥର ଲଗାଯିବା ଘଟଣାକୁ ନେଇ ହଟଚମଟ ଜାରି ରହିଥିବା ବେଳେ ଆଜି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ଅତିରିକ୍ତ ନିର୍ଦ୍ଦେଶକ ରାକେଶ ସିଂହ ଲାଲ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ‘ସମ୍ବାଦ’ରେ ଏ ସଂପର୍କରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ େଶଷରେ ଏଏସ୍ଆଇ କର୍ତୃପକ୍ଷ ସ୍ଥିତି ଅନୁଧ୍ୟାନ ଲାଗି ଆଜି େକାଣାର୍କ ଆସିଥିଲେ। ଏଏସଆଇ ଅବହେଳାକୁ େନଇ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୁଷ୍ଟ ଥିବାରୁ କାେଳ କିଛି ଅଘଟଣ ଘଟିବ, େସଥିପାଇଁ ଏଡିଜି ଶ୍ରୀ ଲାଲଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ େକାଣାର୍କ ପରିସରକୁ ଅଣାଯାଇଥିଲା। ଅତିରିକ୍ତ ନିର୍ଦ୍ଦେଶକଙ୍କ ଗାଡ଼ିକୁ ଅନ୍ୟ ସ୍ଥାନରେ ରଖାଯାଇଥିଲା। ଏଏସ୍ଆଇର ସ୍ଥାନୀୟ ବରିଷ୍ଠ ଅଧିକାରୀଙ୍କ ସହିତ ଏଏସ୍ଆଇ ଅତିରିକ୍ତ ନିେର୍ଦଶକ ସୂର୍ଯ୍ୟମନ୍ଦିରର ସ୍ଥିତି ଅନୁଧ୍ୟାନ କରିଥିଲେ।
ମନ୍ଦିରର ସ୍ଥିତି ଅନୁଧ୍ୟାନ ବେଳେ ଏଡିଜି ଟିକିନିକି ଯାଞ୍ଚ କରିଥିଲେ। ବିଶେଷ କରି ଲୁହା ପାଇପ୍ ଘେରାକୁ ଦେଖି ସେ ଏସଂପର୍କରେ ବାରମ୍ବାର ପ୍ରଶ୍ନ କରିଥିଲେ। ତାଙ୍କ ସହିତ ଉପସ୍ଥିତ ଥିବା ଏଏସ୍ଆଇର କେତେକ ଅଧିକାରୀ ତାଙ୍କୁ ଭୁତାଇବାକୁ େଚଷ୍ଟା କରିଥିଲେ। ଭିନ୍ନ କଥା କହି ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରିଥିଲେ। ଲୁହା ପାଇପ ସିବିଆର୍ଆଇ ସ୍କାନିଂ ପାଇଁ ବନ୍ଧା ହୋଇଥିବା ସୂଚନା ଦେଇଥିବା ବେଳେ ଆଉ କେତେକ ଅଧିକାରୀ କେମିକାଲ୍ ପ୍ରଲେପ ପାଇଁ ଲୁହା ପାଇପ ବନ୍ଧା ଯାଇଛି େବାଲି କହିଥିଲେ। କାହାରି କଥା କାହା ସହ ମେଳ ଖାଇନଥିଲା। ଅଧିକାରୀଙ୍କ ଏଭଳି ଉତ୍ତରରେ ଶ୍ରୀ ସିଂହଲାଲ ବିରକ୍ତ େହାଇଯାଇଥିେଲ।
ପରେ ଏଡିଜି ଟିକେଟ୍ କାଉଣ୍ଟର ବୁଲି ଦେଖିଥିଲେ। ଆଜି ଏଡିଜିଙ୍କ ଗସ୍ତ ସୂଚନା ପାଇ ତରବରିଆ ଭାବେ ଟିକେଟ କାଉଣ୍ଟର ନିକଟରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ଦେଖିବାକୁ ମିଳିଥିଲା। ସେଠାରୁ ଫେରି ଏଡିଜି ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ମନ୍ଦିରର ମୁଖ୍ୟ ପ୍ରବେଶ ପଥରେ ଲାଗିଥିବା ଟର୍ଣ୍ଣଷ୍ଟାଇଲ ଗେଟ୍ର ପ୍ରବେଶ ଓ ପ୍ରସ୍ଥାନକୁ ଅନୁଧ୍ୟାନ କରିଥିଲେ। ଜଣେ ପର୍ଯ୍ୟଟକ ଟିକେଟ୍ କାଉଣ୍ଟରରୁ ଟୋକନ୍ ନେଇ ମନ୍ଦିରରେ ପ୍ରବେଶ କରିବ ଏବଂ ପ୍ରସ୍ଥାନ ବେଳେ ଉକ୍ତ ଟୋକନ୍କୁ ଫେରାଇବାର ନିୟମ ରହିଛି। କିନ୍ତୁ ବର୍ତମାନ ପ୍ରବେଶ ସମୟରେ ଫାଟକ ପାଖରେ ଟୋକନ୍ଗୁଡ଼ିକ ସଂଗ୍ରହ କରି ରଖି ଦିଆଯାଉଥିବାରୁ ଏଡିଜି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏ ସଂପର୍କରେ େସ ଅଧିକାରୀମାନଙ୍କୁ ବାରମ୍ବାର ପ୍ରଶ୍ନ ପରେ ପ୍ରଶ୍ନ ପଚାରିଥିେଲ। ଉପସ୍ଥିତ ଏଏସ୍ଆଇର ଅଧିକାରୀମାନେ ଏଡିଜିଙ୍କ ପ୍ରଶ୍ନର ଉତ୍ତର େଦଇନପାରି ହଡ଼ବେଡ଼ଇ ଯାଇଥିବା ଦେଖିବାକୁ ମିଳିଥିଲା।
ନିକଟରେ କୋଣାର୍କ ପାଇଁ ନିଯୁକ୍ତି ପାଇଥିବା ଏଏସ୍ଆଇର ଜଣେ ଯୁବ ଅଧିକାରୀ ପର୍ଯ୍ୟଟକମାନେ ଟୋକନ୍ ନେଇ ମନ୍ଦିରକୁ ଯିବା ପରେ ଟୋକନ୍ ହଜାଇ ଦେଉଥିବା ସଂପର୍କରେ ଏଡିଜିଙ୍କୁ ଅବଗତ କରିଥିଲେ। ଏପରିକି ପ୍ଳାଷ୍ଟିକ ଟୋକନ୍ ବ୍ୟବସ୍ଥା ଲାଗୁ ହେବା ଦିନଠାରୁ ବର୍ତମାନ ପର୍ଯ୍ୟନ୍ତ ୧୪ ଶହରୁ ଅଧିକ ଟୋକନ୍ ପର୍ଯ୍ୟଟକମାନେ ହଜାଇ ଦେଇଥିବାରୁ ଟୋକନ୍ଗୁଡ଼ିକ ସଂଗ୍ରହ କରି ରଖାଯାଉଥିବା ସଂପର୍କରେ ଏଡିଜିଙ୍କୁ ଜଣାଇଥିେଲ। ଏହା କିନ୍ତୁ ଶ୍ରୀ ସିଂହଲାଲଙ୍କୁ ଅଧିକ ରଗାଇ େଦଇଥିଲା। େସ କହିଥିେଲ, ଦୈନିକ ହଜାର ହଜାର ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରୁଛନ୍ତି, ସେଠାରେ ଟୋକନ୍ ହଜୁନାହିଁ। କୋଣାର୍କରେ ଏତେସଂଖ୍ୟକ ଟୋକନ୍ ହଜିଲା କେମିତି? ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ସଂପର୍କରେ ସେ ପ୍ରଶ୍ନ କରିଥିଲେ ମଧ୍ୟ ତାଙ୍କୁ ମନ୍ଦିର ସଂପର୍କିତ ଅନ୍ୟ ବିବରଣୀ ଅବଗତ କରାଇ ସାଦା ପଥର ପ୍ରସଙ୍ଗ ଉପରୁ ଅଧିକାରୀମାେନ ଦୃଷ୍ଟି ହଟାଇବାକୁ ଉଦ୍ୟମ କରିଥିଲେ। ନିର୍ଦ୍ଦେଶକ ଶ୍ରୀ ସିଂହ ନବଗ୍ରହ ମନ୍ଦିର ପରିଦର୍ଶନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ତାଙ୍କୁ ଭୁଲ ତଥ୍ୟ ଦେଇ ସେ ସ୍ଥାନକୁ ନିଆଯାଇନଥିଲା।
ଉଲ୍ଲେଖଯୋଗ୍ୟ, ମନ୍ଦିରର କାରୁକାର୍ଯ୍ୟ ଅପସାରିତ କରାଯାଇ ସାଦା ପଥର ଲଗାଯାଇଥିବା ଘଟଣାକୁ ନେଇ ଏଡିଜିଙ୍କୁ ଅଭିଯୋଗ କରିବା ପାଇଁ କୋଣାର୍କ ଆଂଚଳିକ ବିକାଶ ପରିଷଦ ସଭାପତି ଅପେକ୍ଷା କରିଥିେଲ। କିନ୍ତୁ ତାଙ୍କୁ ଭେଟିବାକୁ କୌଣସି ସୁଯୋଗ ଦିଆଯାଇନଥିଲା। ଏଡିଜିଙ୍କ ସାଙ୍ଗରେ ଆସିଥିବା ଅଙ୍ଗରକ୍ଷୀ ଖରାପ ବ୍ୟବହାର ପ୍ରଦର୍ଶନ କରିବାରୁ ଘଟଣାସ୍ଥଳର ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।
ଏଡିଜିଙ୍କ ପ୍ରଶ୍ନବାଣରେ ଏଏସ୍ଆଇ ଅଧିକାରୀମାନେ ହଡ଼ବେଡ଼ଇ ଯିବା ଘଟଣା କୋଣାର୍କ ପ୍ରତି ଏଏସ୍ଆଇର ଅବହେଳାକୁ ସ୍ପଷ୍ଟ ସୂଚୀତ କରିଛି ବୋଲି ଆଞ୍ଚଳିକ ବିକାଶ ପରିଷଦର ସଭାପତି ସୁବାସ ନାୟକ କହିଛନ୍ତି। ଏଏସ୍ଆଇର ବରିଷ୍ଠ ସଂରକ୍ଷଣ ସହାୟକ ଚିତ୍ତରଂଜନ ଦାଶଙ୍କ କହିବା ଅନୁସାରେ ପ୍ରବେଶ ପଥରେ ଜବରଦଖଲ, ଦୋକାନ ପାଇଁ ଏଡିଜି ବିରକ୍ତ ହୋଇଥିଲେ। ଯେଉଁଥିପାଇଁ ପ୍ରସ୍ଥାନ ବେଳେ ଟୋକନ୍ ସଂଗ୍ରହରେ ଅସୁବିଧା ହେଉଛି। ଜବରଦଖଲ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯିବ ବୋଲି ସେ କହିଥିେଲ।
ସନ୍ଧ୍ୟାରେ ଏଏସ୍ଆଇ ଏଡିଜି ପୁରୀ ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିଲେ। ତେବେ ଆଜି ପଞ୍ଚୁକ ଯୋଗୁ ପ୍ରବଳ ଗହଳି ଥିବାରୁ ମନ୍ଦିର ଭିତରେ ଅଧିକ ସମୟ ରହିପାରିନଥିଲେ। ମହାପ୍ରଭୁଙ୍କ ଦର୍ଶନ ପରେ ସେ ଫେରି ଯାଇଥିଲେ।
ସ୍ଥାନୀୟ ଲୋକଙ୍କ ପ୍ରତିବାଦ ଓ ଅଭିଯୋଗ ଭୟରେ ଏଡିଜିଙ୍କ ଗସ୍ତକୁ ଗୋପନୀୟ ରଖାଯାଇଥିଲା।