ଭୁବନେଶ୍ବର : ବିଶ୍ବପ୍ରସିଦ୍ଧ କୀର୍ତିରାଜି ଶ୍ରୀଜଗନ୍ନାଥ ମନ୍ଦିର ଓ େକାଣାର୍କ ମନ୍ଦିର ଉଭୟ ପୁରୀ ଜିଲ୍ଲାରେ ଅବସ୍ଥିତ। ଉଭୟ ମନ୍ଦିର ଓଡ଼ିଶାକୁ ବିଶ୍ବ ଦରବାରରେ ପ୍ରତିନିଧିତ୍ବ କରେ। ଭାରତର ଐତିହ୍ୟ କୀର୍ତିରାଜି ମଧ୍ୟରୁ ଏସବୁ ଅନ୍ୟତମ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଠାରୁ େକାଣାର୍କ ମନ୍ଦିରର ଦୂରତା ପାଖାପାଖି ୩୦ କିେଲାମିଟର େହବ। ଉଭୟ ମନ୍ଦିରର ସଂରକ୍ଷଣ ଦାୟିତ୍ବ ଏଏସ୍ଆଇ ହାତରେ ନ୍ୟସ୍ତ ରହିଛି। ଅର୍ଥାତ୍ େଗାଟିଏ ନିୟମରେ ଉଭୟ ମନ୍ଦିରର ସଂରକ୍ଷଣ ବନ୍ଧା।
ହେଲେ, େଯଉଁ ନିୟମକୁ ଆୟୁଧ କରି ଭାରତର ପ୍ରତ୍ନତତ୍ତ୍ବ ସଂସ୍ଥା ବିଶ୍ବପ୍ରସିଦ୍ଧ େକାଣାର୍କ ମନ୍ଦିର ସଂରକ୍ଷଣ ରାସ୍ତା ଓଗାଳି ବସିଛନ୍ତି ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବିଭ୍ରାନ୍ତ କରିଚାଲିଛନ୍ତି, ଏବେ ନିଜେ େସହି ନିୟମକୁ ଜଳାଞ୍ଜଳି ଦେଇଛନ୍ତି। ଆଉ କେଉଁଠି ନୁହେଁ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଏଏସ୍ଆଇ ନିୟମକୁ େକାହଳ କରି ଉଦାହରଣ ଛାଡିଛି।
େଯତେବେଳେ ବି େକାଣାର୍କ ମନ୍ଦିର କଥା ଉଠିଛି, ସବୁବେଳେ ଏଏସ୍ଆଇ କର୍ତୃପକ୍ଷ କହିଆସୁଥିଲେ, ସେମାନେ କେବଳ ସଂରକ୍ଷଣ କରିବେ। କୌଣସି ନୂଆ ମୂର୍ତି ବା କୀର୍ତିରାଜି ନିର୍ମାଣ କରି ଲଗାଇ ପାରିବେ ନାହିଁ। ଏହି ନିୟମ ସେମାନେ କୌଣସି ପରିସ୍ଥିତିରେ ଉଲ୍ଲଂଘନ ହେବ ନାହିଁ।
ଅଥଚ ଗତ େମ’ ୩ ତାରିଖ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ରେ ଶ୍ରୀମନ୍ଦିର ସାମ୍ନାରେ ଥିବା ଜୟବିଜୟ ମୂର୍ତି ଭାଙ୍ଗିଯାଇଥିଲା। ଇତିମଧ୍ୟରେ ଏଏସ୍ଆଇ କର୍ତୃପକ୍ଷ ଏହି ମୂର୍ତି ପୁନଃ ନିର୍ମାଣ କରି ସ୍ଥାପନ କରିଛନ୍ତି। ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଶୁଖୁଆପଡା ଶିଳ୍ପୀ ଗ୍ରାମରେ ଏହାର ନିର୍ମାଣ କରାଯାଇଛି। ବିଶିଷ୍ଟ ଶିଳ୍ପୀ ନିର୍ମଳ ମହାରଣା ଖଣ୍ଡେଲାଇଟ୍ ପଥରରେ ୩ ଫୁଟର ଏହି ମୂର୍ତି ନିର୍ମାଣ କରିବା ପରେ ସ୍ଥାପନ କରାଯାଇଛି।
ପୁରୀ ଶ୍ରୀମନ୍ଦିରରେ ଏହି ମୂର୍ତି ଲାଗିବା ଅପରିହାର୍ଯ୍ୟ। ଯଦି ଶ୍ରୀମନ୍ଦିରରେ ମୂର୍ତି ଭାଙ୍ଗୁ ଭାଙ୍ଗୁ କର୍ତୃପକ୍ଷ ଏହାକୁ ଲଗାଇପାରିଲେ, ତେବେ େକାଣାର୍କ ମନ୍ଦିରରେ ଭାଙ୍ଗିଯାଇଥିବା ମୂର୍ତି, ଚକ ପୁନଃନିର୍ମାଣ କରିବାରେ ଅସୁବିଧା େକଉଁଠି? େକାଣାର୍କ ମନ୍ଦିରର ଶହ ଶହ ବର୍ଷର କୀର୍ତିରାଜିର ପୂର୍ବସ୍ଥିତି େଫରାଇ ଅଣାଯିବା କଣ ଅପ୍ରାସଙ୍ଗିକ?
ଏହି େଗାଟିଏ ଘଟଣା ସଙ୍କେତ ଦେଉଛି, କେଉଁଠି ନା କେଉଁଠି ଏଏସଆଇ କର୍ତୃପକ୍ଷ େକାଣାର୍କ ମନ୍ଦିର ଭଳି ଐତିହ୍ୟ କୀର୍ତିରାଜିର ସୁରକ୍ଷା େକ୍ଷତ୍ରରେ ମନମାନି କରୁଛନ୍ତି। ସଂରକ୍ଷଣ ଆଳରେ ମନ୍ଦିରକୁ ଦୁର୍ବଳ କରିଚାଲିଛନ୍ତି। ମାନନ୍ତୁ ବା ନମାନନ୍ତୁ କୀର୍ତିରାଜି ବିବର୍ଣ୍ଣ େହଲାଣି। କେବଳ ସେତିକି ନୁେହଁ, ଏହି ଘଟଣା ଏକଥା ବି ସୂଚାଇ ଦେଇଛି େଯ ଉଭୟ ରାଜ୍ୟ ଓ େକନ୍ଦ୍ର ସରକାର ବିଶ୍ବ ଐତିହ୍ୟ େକାଣାର୍କ ସଂରକ୍ଷଣ ପାଇଁ ଆଦୌ ଯତ୍ନବାନ ନାହାନ୍ତି। ଅନ୍ୟଥା ଚୁପ୍ ରହିଛନ୍ତି କାହିଁକି?
େଗାଟିଏ ପଟେ ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନସ୍ଥଳୀକୁ ବିକଶିତ କରାଯିବା ନେଇ କେନ୍ଦ୍ର ସରକାର େଯଉଁ େଘାଷଣା କରିଛନ୍ତି, ସେଥିରେ ଓଡ଼ିଶାର କୌଣସି ଐତିହ୍ୟସ୍ଥଳୀର ନାମ ନାହିଁ। ରାଜ୍ୟବାସୀ ଏ େନଇ ପ୍ରବଳ ଅସନ୍ତୋଷ ପ୍ରକାଶ କରିବା ପରେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ େକନ୍ଦ୍ର ସରକାରଙ୍କୁ ଏ ସଂକ୍ରାନ୍ତରେ ଚିଠି େଲଖିଥିଲେ।
େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ସପ୍ତାହରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ଙ୍କୁ ଚିଠି ଲେଖି ଏହି ତାଲିକାରେ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସାମିଲ କରିବା ପାଇଁ ଅନୁରୋଧ କରିଛନ୍ତି। େକନ୍ଦ୍ରମନ୍ତ୍ରୀ ତାଙ୍କ ଚିଠିରେ ଓଡ଼ିଶାର କଳା, ଭାସ୍କର୍ଯ୍ୟ ତଥା ସଂସ୍କୃତି ଓ ପର୍ଯ୍ୟଟନର ଆକର୍ଷଣର େକନ୍ଦ୍ର ବିନ୍ଦୁ ଭାବେ ଉଭୟ େକ୍ଷତ୍ରକୁ ବର୍ଣ୍ଣନା କରିଥିବା ବେଳେ ସଂରକ୍ଷଣ ପ୍ରସଙ୍ଗରେ ଚୁପ୍ କାହିଁକି?
ନିଜେ େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ସରକାର ସମୟରେ ତଥା ନିଜ ବିଭାଗ ସହଯୋଗରେ େକାଣାର୍କ ମନ୍ଦିର ସାମ୍ନାରେ ପର୍ଯ୍ୟଟକଙ୍କ ପାଇଁ େଯଉଁ ନକ୍ସା ପ୍ରସ୍ତୁତ କରିଛନ୍ତି, ତାହା ପ୍ରମାଣିତ କରୁଛି େଯ ଆଜି ବି ଓଡ଼ିଶାର କାରିଗର କୋଣାର୍କରେ ପରିସ୍ଫୁଟିତ େହଉଥିବା ପ୍ରତିଟି କୀର୍ତିରାଜିର ପୁନଃ ନିର୍ମାଣ ପାଇଁ ସକ୍ଷମ। ଯଦି ବାସ୍ତବତା ଏୟା ଓ ଶ୍ରୀଜଗନ୍ନାଥ ମନ୍ଦିର େକ୍ଷତ୍ରରେ ଏଏସ୍ଆଇ େକାହଳ ନୀତି ଅବଲମ୍ବନ କରିଛନ୍ତି ତେବେ ବିଶ୍ବପ୍ରସିଦ୍ଧ େକାଣାର୍କକୁ କଣ ନ୍ୟାୟ ମିଳିପାରିବନି? ଧୀେର ଧୀରେ ହଜିଯାଉଥିବା େକାଣାର୍କର କାରୁକାର୍ଯ୍ୟ େଫରିପାରିବ ନାହିଁ?
ପୂର୍ବରୁ ଦିଲ୍ଲୀର ହୁମାୟୁନ କବର େଯମିତି ଥିଲା, ସଂରକ୍ଷଣ ପରେ ବି େସମିତି ରହିଛି। ଏହାର ସଂରକ୍ଷଣ କରାଯିବା େବଳେ ନୂତନ େଖାଦିତ ପ୍ରସ୍ତର ଓ ନୂତନ େଖାଦିତ ମାର୍ବଲ ଲଗାଯାଇଥିଲା। ସେତେବେଳେ ଏଏସ୍ଆଇ କର୍ତୃପକ୍ଷ ବିେରାଧ କରିନାହାନ୍ତି କିମ୍ବା ଏ େକ୍ଷତ୍ରରେ ୟୁେନସ୍କୋର ବହୁ ପୁରୁଣା ନୀତିନିୟମ ପାଳନ େହଲାନାହିଁ।
ଯଦି ବିଶ୍ବପ୍ରସିଦ୍ଧ ହୁମାୟୁନ କବର ଓ ପୁରୀ ଶ୍ରୀମନ୍ଦିର ପାଇଁ ନୀତି ଏମିତି େକାହଳ କରାଯାଇପାରେ, େତବେ ବିଶ୍ବପ୍ରସିଦ୍ଧ େକାଣାର୍କ ମନ୍ଦିରର ପୁନରୁଦ୍ଧାର ସଂରକ୍ଷଣ େକ୍ଷତ୍ରରେ ୧୯୨୪ ମସିହା ସଂରକ୍ଷଣ ନୀତି କାହିଁକି ଲାଗୁ େହବ? ଏଏସ୍ଆଇ କର୍ତୃପକ୍ଷଙ୍କର େଦା’ମୁହାଁ ନୀତି କାହିଁକି? କେଉଁ ପରିସ୍ଥିତିରେ ଭଗ୍ନ କାରୁକାର୍ଯ୍ୟ କଢାଯାଇ ତା ସ୍ଥାନରେ ସମତଳ ପଥର ଲଗାଯିବ?
ୟୁେନସ୍କୋର ନୀତି େହଉଛି, ଭାସ୍କର୍ଯ୍ୟ ନୀତି ଅବକ୍ଷୟ େହଲେ, େସମାନଙ୍କୁ ବଦଳାଇ ସମତଳ ପ୍ରସ୍ତର ଲଗାଯିବ। ୧୯୨୪ ମସିହାରେ ଏଏସ୍ଆଇର ପ୍ରଥମ ମହାନିେର୍ଦଶକ ଜନ୍ ମାର୍ଶଲଙ୍କର ଏଭଳି ଚିନ୍ତାଧାରା ଆଜି ୯୬ ବର୍ଷପରେ ବି ଏଏସ୍ଆଇ କର୍ତୃପକ୍ଷ ବଦଳାଇବା ପାଇଁ ଚାହୁଁନାହାନ୍ତି?
ୟୁେନେସ୍କାର ବିେଶଷଜ୍ଞ ଇତିମଧ୍ୟରେ େସମାନଙ୍କ ମତ ବଦଳାଇ ସାରିେଲଣି। େଦଶ, କାଳ, ପାତ୍ରକୁ ଆଖି ଆଗରେ ରଖି ସଂରକ୍ଷଣ ନୀତି ପାଳନ େହବା ଉଚିତ୍ େବାଲି ସେମାନେ ମତ ପୋଷଣ କରିଛନ୍ତି। ବିଭିନ୍ନ େଦଶରେ ବିଶ୍ବ ଐତିହ୍ୟ ସଂରକ୍ଷଣ ସମୟରେ ମୂଳ ଭାସ୍କର୍ଯ୍ୟର ପୁନରୁଦ୍ଧାର ବା ପୁନର୍ନିମାଣ ଗ୍ରହଣଯୋଗ୍ୟ େହଲାଣି। ଏତେ ସବୁ ପରେ ଏଏସ୍ଆଇ ବିଶ୍ବ ପ୍ରସିଦ୍ଧ େକାଣାର୍କ େକ୍ଷତ୍ରରେ କାହିଁକି ଜିଦ୍ ଧରିଛି?
ବାରମ୍ବାର ଦ୍ବିତୀୟ େକାଣାର୍କ ନିର୍ମାଣର ସ୍ବପ୍ନ େଦଖାଉଥିଲେ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର। ହେଲେ ରାଜ୍ୟସଭାକୁ ମନୋନୀତ େହାଇଯିବା ପରେ ଥରୁଟିଏ ତ ଏ ନେଇ ମୁହଁ େଖାଲୁନାହାନ୍ତି? ଓଡ଼ିଶାର ସାଂସଦମାନେ ଏ ପ୍ରସଙ୍ଗରେ େକନ୍ଦ୍ରର ଦୃଷ୍ଟି ଆକର୍ଷଣ କରୁନାହାନ୍ତି। ରାଜ୍ୟ ସରକାରଙ୍କର କୋଣାର୍କ ପ୍ରତି ସମ୍ମାନ ଏମିତି?