‘ମୋ ସରକାର’ରୁ ମିଳିଲା ନକାରାତ୍ମକ ମତାମତ: ପ୍ରାଥମିକ ତଦନ୍ତ ପରେ ଏଏସ୍‌ଆଇ ସସ୍‌ପେଣ୍ଡ

ପୁରୀ: ପୁଲିସ ବାହିନୀରେ ‘ମୋ ସରକାର’ କାର୍ଯ୍ୟକ୍ରମରୁ ମିଳିଥିବା ସୂଚନା ଅନୁସାରେ ପୁଣି ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜନସାଧାରଣଙ୍କ ପ୍ରତି ‘ଅନୈତିକ ବ୍ୟବହାର’ ପ୍ରଦର୍ଶନ କରିଥିବା ଜଣାପଡ଼ିବା ପରେ ପୁରୀ ସଦର ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ପ୍ରହ୍ଲାଦ ବରାଳଙ୍କୁ ନିଲମ୍ବନ କରାଯାଇଛି।

ପୁରୀ ଏସ୍‌ପି ଆଜି ଏହି ସୂଚନା ଦେଇ କହିଛନ୍ତି ଯେ ‘ମୋ ସରକାର’ ଅଧିନରେ ଜନସାଧାରଣଙ୍କଠାରୁ ମତାମତ ଲୋଡା ଯିବା ସମୟରେ ଏଏସ୍‌ଆଇ ବରାଳଙ୍କ ବିରୋଧରେ ଅନୈତିକ ବ୍ୟବହାର ନେଇ ଅଭିଯୋଗ ଆସିଥିଲା। ଏହା ଉପରେ ତଦନ୍ତ କରାଯିବା ପରେ ତାଙ୍କୁ ନିଳମ୍ବିତ କରାଯାଇଛି। ପରବର୍ତ୍ତୀ ସମୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରଯାଇ ଏଏସ୍‌ଆଇଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର