ଏଏସ୍‌ଆଇ ଅବହେଳା ଜଳଜଳ, ଅସ୍ତିତ୍ବ ହରାଇବ ମିନି କୋଣାର୍କ

ଗୋପ: ବିଶ୍ବ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କୋଣାର୍କର ଅପୂର୍ବ କୀର୍ତିରାଜିକୁ ଧ୍ବ˚ସ କରିଦେଇଥିବା ଭାରତୀୟ ପ୍ରତ୍ନତତ୍ତ୍ବ ସ˚ସ୍ଥା ଏଏସ୍‌ଆଇର କବଜାରୁ ମୁକୁଳିପାରିନାହିଁ ଓଡିଶାର ପୁରାତନ ମନ୍ଦିର ପୁରୀ ଜିଲ୍ଲା ଗୋପ ବ୍ଲକ ଏରବ˚ଗ ପ˚ଚାୟତର ବୟାଳିଶବାଟି ଗ୍ରାମରେ ଥିବା ଗ˚ଗେଶ୍ବରୀ ମନ୍ଦିର। ଯାହାକୁ ମିନି କୋଣାର୍କ ବୋଲି ମଧ୍ୟ କୁହାଯାଇଥାଏ। କଥିତ ଅଛି ଯେ, କୋଣାର୍କ ମନ୍ଦିରର ସମସ୍ତ କାରିଗର ଏହିଠାରେ ରହିବା ସହିତ କୋଣାର୍କ ମନ୍ଦିରର ଏକ ପ୍ରତିକୃତି ସ୍ଥାପନ କରିଥିଲେ। ଏହି ସ୍ଥାନରେ ସବୁ ସମୟରେ ପର୍ଯ୍ୟଟକମାନେ ଭିଡ ଜମାଇଥାନ୍ତି। କୋଣାର୍କ ମନ୍ଦିର ସହିତ ସିଧାସଳଖ ସ˚ପୃକ୍ତି ଥିବା ଏହି ମନ୍ଦିରର ବିକାଶ ଓ ପୁନରୁଦ୍ଧାର କାର୍ଯ୍ୟ ୧୯୬୨ ମସିହାରୁ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ପରିଚାଳିତ ହେଉଛି। ମାତ୍ର ବିଡମ୍ବନାର ବିଷୟ ଯେ, କୋଣାର୍କ ମନ୍ଦିରରୁ ଯେପରି ମୂର୍ତି ଓ କାରୁକାର୍ଯ୍ୟକୁ ହଟାଇ ସେଠାରେ ସାଧାରଣ ପଥର ଲଗାଇ ଦିଆଯାାଇଛି ଏହି ମନ୍ଦିରରେ ମଧ୍ୟ ତାହା କରିଛି ଏଏସଆଇ। ଏହି ମନ୍ଦିରର ମୁଖଶାଳାଠାରୁ ବରାହୀ ମନ୍ଦିର ଓ ପାର୍ଶ୍ବ ଦେବାଦେବୀଙ୍କ ଠାରୁ ଦଧିନଉତି ପର୍ଯ୍ୟନ୍ତ ସମସ୍ତ ସ୍ଥାନରୁ କାରୁକାର୍ଯ୍ୟପୂର୍ଣ ମୂର୍ତି ଓ ପଥର କାଢି ନିଆଯାଇ ସେଠାରେ ସାଧାରଣ ପଥର ଖ˚ଜିଦେଇ ଓଡ଼ିଶାର କଳା ଓ ସ˚ସ୍କୃତିକୁ ଧ୍ବ˚ସ କରିବାକୁ ଚେଷ୍ଟା କରିଛି ଏଏସ୍‌ଆଇ। ମନ୍ଦିରରେ ଏବେ ନିମ୍ନମାନର ପ୍ରଲେପ ଦିଆଯାଉଥିବାରୁ ମନ୍ଦିର ଫାଟିବାକୁ ବସିଲାଣି। ମନ୍ଦିର ଉପରେ ଏବେ ଗଛ ମାଡିଗଲାଣି। ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଭୟ କରୁଛନ୍ତି ସେବକ। ଏରବ˚ଗ ପ˚ଚାୟତର ସରପ˚ଚ ତଥା ଉକ୍ତ ଗ୍ରାମର ବାସିନ୍ଦା ବିଭୁତି ଭୂଷଣ ସାହୁ କହିଛନ୍ତି ଯେ ଏହି ମନ୍ଦିର ପାଇଁ ଜଣେ ବିଭାଗୀୟ କର୍ମଚାରୀ ଥିଲେ। ମାତ୍ର ତାଙ୍କର ଚାକିରି ସରିଯିବାରୁ ସେହି ସ୍ଥାନରେ ଏ ପର୍ଯ୍ୟନ୍ତ କୌଣସି କର୍ମଚାରୀ ବିଭାଗ ନଦେବାରୁ ଏହି ମନ୍ଦିରର ରକ୍ଷଣାବେକ୍ଷଣ ହୋଇପାରୁନାହିଁ।

ସମ୍ବନ୍ଧିତ ଖବର