ଏକ ମାମଲାର ରଫାଦଫା କରିବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ ପୁଲିସ ଏଏସ୍‌ଆଇ, ମାଡ଼ିବସିଲା ଭିଜିଲାନ୍ସ

ବ୍ରହ୍ମପୁର: ତିନି ହଜାର ଟଙ୍କା ଲାଞ୍ଚ ନେଇ ଆଜି ଜଣେ ପୁଲିସ ଏଏସ୍‌ଆଇ ଭିଜିଲାନ୍ସ ହାତ‌ରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଲେ ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ଏଏସ୍‌ଆଇ ମାନସ କୁମାର ରାଉତ।

ସୂଚନା ଅନୁସାରେ ଏକ ଗଣ୍ଡଗୋଳ ମାମଲାର ସମାଧାନ କରିବା ପାଇଁ ଏଏସ୍‌ଆଇ ଶ୍ରୀ ରାଉତ ଅଭିଯୋଗକାରୀଙ୍କୁ ୩୦୦୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଲାଞ୍ଚ ‌ଟଙ୍କା ନେବା ପାଇଁ ଆଜି ଧାର୍ଯ୍ୟ ହୋଇଥିଲା।  ଅଭିଯୋଗକାରୀ ଏବାବଦରେ ଭିଜିଲାନ୍ସକୁ ଜଣାଇଥିଲେ। ଯୋଜନା ଅନୁସାରେ ପାଣ୍ଡି ସମ୍ମୁଖରେ ଥିବା ଏକ ପାନ ଦୋକାନ ନିକଟରେ ଶ୍ରୀ ରାଉତ ଆଜି ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ଉ କରିଥିଲେ। ଶ୍ରୀ ରାଉତଙ୍କ ପାଖରୁ ରଂଗ ବୋଳା ଟଙ୍କା ଜବତ ହୋଇଥିଲା। ଏହା ପରେ ଭିଜିଲାନ୍ସ ବିଭାଗ ଶ୍ରୀ ରାଉତଙ୍କ କାର୍ଯ୍ୟାଳୟ ଓ ଭଡାଘରରେ ଚଢ଼ଉ କରିଛି। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର