ନବରଂଗପୁର: ଏକ ଗଣ୍ଡଗୋଳ ମାମଲାର ରଫାଦଫା କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଏଏସଆଇ ସୀମାଂଚଳ ମହାରଣା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଗଣ୍ଡଗୋଳ ମାମଲାରେ ଦଫା କୋହଳ କରିବା ପାଇଁ ପାପଡାହାଣ୍ଡି ବ୍ଲକ ରାଉଁଳିଗୁଡାର ମକରନ୍ଦ ଜାନୀଙ୍କୁ ଲାଂଚ ମାଗିଥିଲେ।
ଏନେଇ ଭିଜିଲାନ୍ସକୁ ଜଣାଇଥିଲେ ମକରନ୍ଦ। ଯୋଜନା ଅନୁସାରେ ଆଜି ଟଙ୍କା ଦେବା ବେଳେ ପୁଲିସ ତାଙ୍କୁ ଧରିଛି। ମାଲକାନଗିରି, ଜୟପୁର ଓ ନବରଙ୍ଗପୁରର ୩ଟି ଭିଜିଲାନ୍ସ ଟିମ୍ ଏହି ଚଢାଉ କରି ଏଏସଆଇଙ୍କୁ ଧରିଛନ୍ତି। ନବରଙ୍ଗପୁରସ୍ଥିତ କାର୍ଯ୍ୟାଳୟରେ ପୁଲିସ ବାବୁଙ୍କୁ ପଚରାଉଚରା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/1e05a37e-29ea-448b-8c2e-15fab187d009.jpeg)