ଦଶରଥପୁର : ମଙ୍ଗଳପୁର ଥାନା ଅଧୀନ ଝୁମ୍ପୁରି ବିଟ୍ ହାଉସ ଅଧିକାରୀ ଏଏସ୍ଆଇ ବିଜୟ ସ୍ୱାଇଁଙ୍କୁ ଯାଜପୁର ଏସପି ରାହୁଲ ପିଆର୍ ନିଲମ୍ବନ କରିଛନ୍ତି। ବିଟ୍ ହାଉସକୁ ଅଭିଯୋଗ ନେଇ ଆସିଥିବା ଜଣେ ମହିଳାଙ୍କୁ ସେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏସପିଙ୍କ ନିର୍ଦେଶ କ୍ରମେ ସମ୍ପୃକ୍ତ ମହିଳାଙ୍କୁ ଏସଆଇ ଶ୍ରୀସ୍ବାଇଁଙ୍କ ନାମରେ ମଙ୍ଗଳପୁର ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଅଭିଯୋଗ ଅନୁଯାୟୀ, ଗତ ମାର୍ଚ୍ଚ ମାସ ୧୬ ତାରିଖରେ କଟିକଟା ଅଞ୍ଚଳର ଜଣେ ଦଳିତ ମହିଳାଙ୍କୁ ଏସଆଇ ଶ୍ରୀ ସ୍ବାଇଁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।
ଜମିଜମା ବିବାଦର ସମାଧାନ କରାଇଦେବାକୁ କହି ଝୁମ୍ପୁରି ବିଟ୍ ହାଉସ୍ ଅଧିକାରୀ ଶ୍ରୀ ସ୍ୱାଇଁ ଅଭିଯୋଗକାରିଣୀ ମହିଳାଙ୍କ ହାତ ଧରି ଅନ୍ୟଏକ ରୁମ୍କୁ ଟାଣିବା ସହ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥିଲେ ବୋଲି ମହିଳା ଜଣକ ରାଜ୍ୟ ବାହାରେ ରହୁଥିବା ତାଙ୍କ ସ୍ବାମୀଙ୍କୁ ଜଣାଇଥିଲେ। ପରେ ଗତ ୨ ତାରିଖରେ ମହିଳା ଜଣକ ଯାଜପୁର ଏସ୍ପିଙ୍କୁ ଭେଟି ଏସମ୍ପର୍କରେ ଅଭିଯୋଗ କରିଥିଲେ। ଏସ୍ପି ତତ୍କ୍ଷଣାତ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ପରେ ଏଏସ୍ପି ବାଉରୀବନ୍ଧୁ ବେହେରାଙ୍କ ନେତୃତ୍ୱରେ ମଙ୍ଗଳପୁର ଆଇଆଇସି ଅସିତ ରଂଜନ ମହାନ୍ତି ଓ ଜଣେ ମହିଳା ପୁଲିସ ଝୁମ୍ପୁରି ବିଟ୍ ହାଉସ୍ରେ ପହଞ୍ଚି ତଦନ୍ତ କରିବା ସହ କଟିକଟାରେ ପହଞ୍ଚି ଅଭିଯୋଗକାରିଣୀ ଓ ତାଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/d4h4sf56h4fs56h4sf56h4sf56h4f5s6h4f5s6h4f5s6h456fshfshfhsfhs.jpg)