ଭଦ୍ରକ : ଅଭିଯୁକ୍ତ ତାଲିକାରୁ ନାଁ କାଟିଦେବା ପାଇଁ ଚିଙ୍ଗୁଡି ମାଛ ଓ ଟଙ୍କା ମାଗିବା ମହଙ୍ଗା ପଡ଼ିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଏଏସ୍ଆଇ ହରେକୃଷ୍ଣ ପାଢୀଙ୍କୁ। ଘଟଣାର ସତ୍ୟତା ପରଖିବା ପରେ ଭଦ୍ରକ ଏସ୍ପି ଚରଣ ସିଂ ମୀନା ସଂପୃକ୍ତ ଏଏସ୍ଆଇଙ୍କୁ ଖାଲି ନିଲମ୍ବନ କରିନାହାନ୍ତି, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବାଞ୍ଚଳ ଜୋନ୍ ଆଇଜିଙ୍କୁ ସୁପାରିଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଏଏସ୍ଆଇ ଶ୍ରୀ ପାଢୀ ଜଣେ ବ୍ୟକ୍ତିଙ୍କ ନାଁରେ ରୁଜୁ ହୋଇଥିବା ମାମଲାକୁ ରଫାଦଫା କରି ଦେବାକୁ କହି ତାଙ୍କୁ ୫ ହଜାର ଟଙ୍କା ଓ ପାଞ୍ଚ କିଲୋ ଚିଙ୍ଗୁଡି ମାଗିଥିଲେ। ଏତିକି ଜିନିଷ ମିଳିଲେ ସେ ଅଭିଯୁକ୍ତ ତାଲିକାରୁ ସଂପୃକ୍ତ ବ୍ୟକ୍ତିଙ୍କ ନାଁ କାଟିଦେବେ ବୋଲି ମଧ୍ୟ ଅଭୟ ବାଣୀ ଶୁଣାଇଥିଲେ। ତେବେ ଏଏସ୍ଆଇ ଓ ସଂପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ମୋବାଇଲ ବାର୍ତ୍ତାଳାପ ସୋସିଆଲ୍ ମିଡିଆରେ ଭାଇରାଲ ହେବାପରେ ଏହାକୁ ନେଇ ଚାନ୍ଦବାଲିରେ ଚର୍ଚ୍ଚା ଜୋର୍ ଧରିଥିଲା। ଜଣେ ତଳିଆ ଅଫିସରଙ୍କ ପାଇଁ ଜିଲ୍ଲା ପୁଲିସର ମୁଖିଆଙ୍କ ଆଡକୁ ଲୋକେ ଆଙ୍ଗୁଳି ମଧ୍ୟ ଉଠାଇଥିଲେ।
ଏହି ଘଟଣାକୁ ଭଦ୍ରକ ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା ଗୁରୁତ୍ବର ସହ ନେଇ ସତ୍ୟାସତ୍ୟ ଅନୁସନ୍ଧାନ କରିବା ପରେ ଏଏସ୍ଆଇ ଶ୍ରୀ ପାଢ଼ୀଙ୍କୁ ନିଲମ୍ବିତ କରିଛନ୍ତି।