୨ଟି ମନ୍ଦିର ଓ ଗୋଟିଏ ଦୁର୍ଗର ସଂରକ୍ଷଣ କରିବ ଏଏସ୍‌ଆଇ

ଭୁବନେଶ୍ବର : ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ଭେକ୍ଷଣ ସଂସ୍ଥା(ଏଏସ୍‌ଆଇ) ଓଡ଼ିଶାରେ ଆଉ ଦୁଇଟି ମନ୍ଦିର ଓ ଗୋଟିଏ ଦୁର୍ଗର ସଂରକ୍ଷଣ କରିବ। ଅନୁଗୁଳ ଜିଲ୍ଲାର ବଜ୍ରକୋଟ ତ୍ରିଙ୍ଗେଶ୍ବର ମନ୍ଦିର, ମୟୂରଭଞ୍ଜର ହରିପୁରଗଡ଼ ସ୍ଥିତ ଦୁର୍ଗ ଏବଂ ଢେଙ୍କାନାଳର କୁଆଳସ୍ଥିତ କନକେଶ୍ବର ମହାଦେବ ମନ୍ଦିର ଏଏସ୍‌ଆଇ ଦ୍ବାରା ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କରାଯିବ। ଏ ନେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଥିଲେ। ଏଏସ୍‌ଆଇ ପକ୍ଷରୁ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇଛି ଓ ଆଗାମୀ ଡିସେମ୍ବର ମାସରୁ କାମ ଆରମ୍ଭ ହେବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ପତ୍ର ଲେଖି ଶ୍ରୀ ପ୍ରଧାନଙ୍କୁ ଜଣାଇଛନ୍ତି।

ଏହି ପତ୍ରରେ ଶ୍ରୀ ଶର୍ମା କହିଛନ୍ତି, ଗତ ମଇ ମାସରେ ଶ୍ରୀ ପ୍ରଧାନ ଉପରୋକ୍ତ ତିନିଟି ସ୍ଥାନକୁ ଏଏସ୍‌ଆଇ ଦ୍ବାରା ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ପାଇଁ ଅନୁରୋଧ ପରେ ଭୁବନେଶ୍ବରସ୍ଥିତ ଏଏସ୍‌ଆଇ ସର୍କଲ ତିନିଟି ସ୍ଥାନକୁ ଯାଇ ଏହାର ଅନୁଧ୍ୟାନ କରି ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଛି। ଏ ସମ୍ପର୍କରେ ଅନୁମୋଦନ ମଧ୍ୟ ପ୍ରଦାନ କରାଯାଇଛି। ଭ୍ରିଙ୍ଗେଶ୍ବର ମନ୍ଦିର ଓ କନକେଶ୍ବର ମହାଦେବ ମନ୍ଦିର ପାଇଁ ଟେଣ୍ଡର୍ ଆବେଦନ ଆରମ୍ଭ ହୋଇସାରିଥିଲା ବେଳେ ହରିପୁରଗଡ଼ ଦୁର୍ଗ ପାଇଁ ଟେଣ୍ଡର୍ ପ୍ରକ୍ରିୟା ଜାରି ରହିଛି। ତିନିଟି ଯାକ ମନ୍ଦିରର କାମ ଡିସେମ୍ବର ସୁଦ୍ଧା ଆରମ୍ଭ ହେବ।

ସମ୍ବନ୍ଧିତ ଖବର