ଜେଲ ଗଲେ ଏଏସ୍ଆଇ, ଚାକିରିରୁ ନିଲମ୍ବିତ

ଭୁବନେଶ୍ବର : ଗିରଫ ପାଇଁ ଜଣେ ଛାତ୍ରଙ୍କୁ ଧମକ ଦେଇ ୧୫୦୦ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଥିବା ଧଉଳି ଥାନା ଏଏସ୍ଆଇ ତୋଫାନ ଗୁରୁ ଜେଲ୍ ଯାଇଛନ୍ତି। ଗତକାଲି ରାତିରେ ଗିରଫ ହୋଇଥିବା ତୋଫାନଙ୍କୁ ଆଜି ଅପରାହ୍ନରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରା ଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି। ତୋଫାନଙ୍କୁ ଆଜି ଚାକିରିରୁ ନିଲମ୍ବିତ କରାଯାଇଥିବା ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାଶ।

ସୂଚନାଯୋଗ୍ୟ, ଧଉଳି ଥାନା ଅନ୍ତର୍ଗତ ଜୟପୁରର ପ୍ରଶାନ୍ତ ସାହୁ ନାମକ ଜଣେ ଯୁବକଙ୍କ ନାଁରେ ଡିହପୁର ଅଞ୍ଚଳର ସୁଦର୍ଶନ ପାଳ ନାମକ ଜଣେ ବ୍ୟକ୍ତି ବାଲି ନେଇ ଯାଇଥିବା ଅଭିଯୋଗ ଆଣିଥିଲେ। ଗତ ମଙ୍ଗଳବାର ସନ୍ଧ୍ୟାରେ ଏ ନେଇ ଉଭୟଙ୍କ ମଧ୍ୟରେ ଆପୋସ ସମାଧାନ ହୋଇଥିଲା। ଏ ବାବଦରେ ତୋଫାନ ତାଙ୍କୁ ୧୫୦୦ ଟଙ୍କା ମାଗିଥିଲେ। ନହେଲେ ଆପୋଷ ବୁଝାମଣାପତ୍ରକୁ ଚିରି ଦେଇ ଗିରଫ କରିବାର ଧମକ ଦେଇଥିଲେ। ଗତକାଲି ତୋଫାନ ଥାନାରେ ୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍ ଅଧିକାରୀ ତାଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲେ।

ସମ୍ବନ୍ଧିତ ଖବର