ଭୁବନେଶ୍ବର : ଏସିଆର ଦୀର୍ଘତମ ସାଇକଲେ ଅଭିଯାନ ‘ଟୁର୍-ଦେ-କଳିଙ୍ଗ’ର ଚତୁର୍ଥ ସଂସ୍କରଣ ଚଳିତ ମାସ ୧୧ ତାରିଖରୁ ରାଜଧାନୀ ଭୁବନେଶ୍ବରରୁ ଆରମ୍ଭ ହେବ। ଏହି ଅଭିଯାନ ସମୟରେ ବିଭିନ୍ନ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଏବଂ ଗ୍ରାମରେ ପ୍ରଦୂଷଣ, ଗ୍ଲୋବାଲ ୱାର୍ମିଂ ଏବଂ ଡ୍ରଗ୍ସ ଭଳି ପ୍ରସଙ୍ଗ ଉପରେ ଜନସାଧାରଣଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବ। ୧୧ ତାରିଖ ଭୁବନେଶ୍ବରରୁ କୋରାପୁଟ ଅଭିମୁଖେ ଯାତ୍ରା କରିବ ଏବଂ ପୁନର୍ବାର ଭୁବନେଶ୍ବର ଫେରି ଆସିବ। ଏହି ଯାତ୍ରା ୧୦ଟି ଜିଲ୍ଲାକୁ ୧୩ ଦିନ ମଧ୍ୟରେ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି, ଯାହାର ଦୂରତା ରହିଛି ୧୩୦୦ କିମି।
ଓଡ଼ିଶାର ମୂଳ ଇତିହାସ ସହିତ ସଂଯୋଗ ହେବା ଏବଂ ଓଡ଼ିଶାର ପରମ୍ପରା ଏବଂ ଚିନ୍ତାଧାରାକୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ‘ରୁଟ୍ସ ଅଫ୍ ଓଡ଼ିଶା ଫାଊଣ୍ଡେସନ’ ପକ୍ଷରୁ ୨୦୧୫ ମସିହାରୁ ଏହି ସାଇକେଲ୍ ଅଭିଯାନ ଆୟୋଜନ କରିଆସୁଛି। ପ୍ରଥମ ଦିନରେ ସାଇକେଲ ଆରୋହୀମାନେ କୋଣାର୍କ, ପିପିଲି ଏବଂ ରଘୁରାଜପୁର ଦେଇ ପୁରୀ ପରିର୍ଦଶନ କରିବ। ଏହି ଅଭିଯାନକୁ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତୀ ବେହେରା କଳିଙ୍ଗ ଷ୍ଟାଡିୟମରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଫାଉଣ୍ଡେସନ୍ର ଅଧ୍ୟକ୍ଷ ସୁଧୀର ଦାଶଙ୍କ ଉପସ୍ଥିତିରେ ‘ଟୁର୍-ଦେ-କଳିଙ୍ଗ’ର ବୁକ୍ଲେଟ୍କୁ ମନ୍ତ୍ରୀ ଶ୍ରୀ ବେହେରା ଉନ୍ମୋଚନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/cycleing.jpg)