ଭୁବନେଶ୍ବର/ବାରଙ୍ଗ: ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ସ୍ଥାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆଜି ନୂଆ ଅତିଥି ଆସିଛି। ନନ୍ଦନକାନନରେ ସିଂହ ଶାବକ ଜନ୍ମ ହୋଇଛି। ସୂଚନା ଅନୁସାରେ ଆଜି ଭୋର ସକାଳ ୨ଟା ୧୫ ମିନିଟରେ ଏସୀୟ ସିଂହ ବିଜ୍ଲି ଶାବକ ଜନ୍ମ ଦେଇଛି। ଦୀର୍ଘ ୧୧୦ ଦିନର ଗର୍ଭବତୀ ରହିବା ପରେ ବିଜ୍ଲି ମା’ ହୋଇଛି। ବିଜ୍ଲି ଓ ଏସୀୟ ସିଂହ ସମ୍ରାଟ୍ର ମିଳନରୁ ଏହି ଶାବକ ଜନ୍ମ ନେଇଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଏସୀୟ ସିଂହ ବିଜ୍ଲି ଦ୍ବିତୀୟ ଥର ପାଇଁ ମା’ ହୋଇଛି। ଏହା ପୂର୍ବରୁ ବିଜ୍ଲି ୨୦୨୧ ଜୁଲାଇ ୨୧ରେ ୨ଟି ଛୁଆ ଜନ୍ମ କରିଥିଲା। ଏଥିରୁ ଗୋଟିଏ ଛୁଆ ‘ବର୍ଷା’ ବଞ୍ଚିଥିବା ବେଳେ ଅନ୍ୟଟି ତିନି ଦିନ ପରେ ମରିଯାଇଥିଲା। ବିଜ୍ଲି ଆଜି ଜନ୍ମକରିଥିବା ଶାବକ ସ୍ତନ୍ୟପାନ କରୁଛି। ସିସିଟିଭି ଫୁଟେଜ୍ରୁ ଏହା ଜଣାପଡ଼ିଛି। ନୂଆଁ ଶାବକ ସହିତ ନନ୍ଦନକାନନରେ ଏସୀୟ ସିଂହଙ୍କ ସଂଖ୍ୟା ବୃଦ୍ଧି ଘଟିଛି।
ଉଲ୍ଲେଖନୀୟ ଯେ, ଏବେ ନନ୍ଦନକାନନରେ ସିଂହ ସଂଖ୍ୟା ୧୬ରେ ପହଞ୍ଛିଛି। ଏଥିରୁ ୧୦ଟି ଏସୀୟ, ୪ଟି ଆଫ୍ରିକୀୟ, ୨ଟି ବର୍ଣ୍ଣଶଙ୍କର (ହାଇବ୍ରିଡ)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/0a919afa-45d3-451e-a7b8-5586eca7cbce.jpg)