ଭୁବନେଶ୍ବର : ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଅସିତ ପଟ୍ଟନାୟକଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଥିବାବେଳେ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମନିନ୍ଦ୍ର ଗୁରୁଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛନ୍ତି। ସନ୍ତୋଷ ପଟ୍ଟନାୟକଙ୍କୁ ଦଳର ରାଜ୍ୟ ସମ୍ପାଦକ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ତବରେଜ୍ ଖାଁଙ୍କୁ ନିଯୁକ୍ତି ମିଳିଛି ବୋଲି ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି
ଅସିତ୍ ବିଜେଡି ସାଧାରଣ ସମ୍ପାଦକ, ମନିନ୍ଦ୍ର ପାରାଦୀପ ପର୍ଯ୍ୟବେକ୍ଷକ
/sambad/media/post_attachments/wp-content/uploads/2019/04/bjd-lo.jpg)