ପୁରୀ : ଗବେଷଣା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅସିତ ମହାନ୍ତିଙ୍କୁ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ସମ୍ମାନ ପ୍ରଦାନ କରାଯିବ। ଏହାବ୍ୟତୀତ ଡ.ସିଦ୍ଧେଶ୍ବର ମହାପାତ୍ରଙ୍କୁ ଗବେଷକ ସାରସ୍ବତ ସମ୍ମାନ, ଗାଳ୍ପିକ ପ୍ରସନ୍ନ ମହାନ୍ତିଙ୍କୁ ସାହିତ୍ୟିକ ସାରସ୍ବତ ସମ୍ମାନ, ନୂଆଦିଲ୍ଲୀର କନକ ବୁକ୍ସ ଡିଷ୍ଟ୍ରିବ୍ୟୁଟରକୁ ପ୍ରକାଶନ ସାରସ୍ବତ ସମ୍ମାନ ପ୍ରଦାନ କରାଯିବ। ଆସନ୍ତା ୩ ତାରିଖରେ ପୁରୀର ଶରଧାବାଲିରେ ଆୟୋଜିତ ହେବାକୁ ଥିବା ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ପୁସ୍ତକମେଳା କମିଟିର ସଭାପତି କୈଳାସ ଚନ୍ଦ୍ର ଟିକାୟତରାୟ ସୂଚନା ଦେଇଛନ୍ତି।
ଅସିତ ମହାନ୍ତିଙ୍କୁ ମିଳିବ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ସମ୍ମାନ
/sambad/media/post_attachments/wp-content/uploads/2023/01/asit-mohanty.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)