ଭୁବନେଶ୍ବର : ରାଜ୍ୟ ସରକାର ଆଜି ଗୃହ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଧିକାରୀ ତଥା ୧୯୮୬ ବ୍ୟାଚ୍ ଆଇଏଏସ୍ ଅସିତ କୁମାର ତ୍ରିପାଠୀଙ୍କୁ ଉନ୍ନୟନ କମିସନର ଭାବେ ନିଯୁକ୍ତି ଦେଇଛନ୍ତି। ଉନ୍ନୟନ କମିସନର ପଦରେ ଥିବା ଆର୍ ବାଲକ୍ରିଷ୍ଣନ ଆଜି ସରକାରୀ ଚାକିରିରୁ ଅବସର ନେବା ପରିେପ୍ରକ୍ଷୀରେ ଶ୍ରୀ ତ୍ରିପାଠୀଙ୍କୁ ଏହି ନିଯୁକ୍ତି ମିଳିଛି। େସ ପୂର୍ବଭଳି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଅନ୍ୟପକ୍ଷରେ, ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିଜର ମୂଳ ଦାୟିତ୍ବ ସହିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ େବାର୍ଡ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରିବେ।
ପୂର୍ବରୁ ଉନ୍ନୟନ କମିସନର ଶ୍ରୀ ବାଲକ୍ରିଷ୍ଣନ୍ ଏହି ଦାୟିତ୍ବରେ ଥିଲେ।
ଅନ୍ୟତମ ମୁଖ୍ୟଶାସନ ସଚିବ ପାହ୍ୟାର ଅଧିକାରୀ ତଥା ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ସଂଗ୍ରାମ ମିଶ୍ର ମଧ୍ୟ ଆଜି ଅବସର ନେଇଛନ୍ତି। ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ରଂଜନା େଚାପ୍ରା ଅତିରିକ୍ତ ଭାବେ ଏହି ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇବେ। ଆଜି ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏମାନଙ୍କ ବ୍ୟତୀତ ମୁଖ୍ୟଶାସନ ପାହ୍ୟାର ଅଧିକାରୀ ତଥା ପ୍ରମୁଖ ଆବାସିକ ଆୟୁକ୍ତ ବିପିନ ସାକ୍ସେନା ମଧ୍ୟ ଆଜି ଅବସର ନେଇଛନ୍ତି। ସେହିପରି ଜେଲ୍ ବିଭାଗ ଦାୟିତ୍ବରେ ଥିବା ଡିଜି ପାହ୍ୟାର ଅଫିସର ରମେଶ ପ୍ରସାଦ ସିଂହ ଆଜି ଅବସର ନେଇଛନ୍ତି। ତେବେ ତାଙ୍କ ସ୍ଥାନରେ ସରକାର କାହାକୁ ନିଯୁକ୍ତି ଦେଇନାହାନ୍ତି। େସହିଭଳି େକନ୍ଦ୍ରୀୟ ଡେପୁଟେସନ ଅନୁମତି ନ ମିଳିବା କାରଣରୁ ଡିସେମ୍ବର ପହିଲାରୁ ୪ମାସ ପାଇଁ ଛୁଟିେର ଯିବା ଲାଗି ଆବେଦନ କରିଥିଲେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟଶାସନ ପାହ୍ୟାର ଅଧିକାରୀ ତୁହିନକାନ୍ତ ପାଣ୍ଡେ। ତାଙ୍କ ଛୁଟି ସଂପର୍କରେ ମଧ୍ୟ ସରକାର କୌଣସି ନିଷ୍ପତ୍ତି ଶୁଣାଇନାହାନ୍ତି।
ମୁଖ୍ୟଶାସନ ସଚିବ ପାହ୍ୟାର ତିନି ତିନିଟି ଜଣ ଅବସର ନେବା ପରେ ୧୯୮୮ ଓ ୧୯୮୯ ବ୍ୟାଚ୍ ଅଫିସରଙ୍କୁ ପଦୋନ୍ନତି ସୁେଯାଗ ମିଳିବା ନେଇ ଚର୍ଚ୍ଚା େଜାର ଧରିଛି। ୧୯୮୮ ବ୍ୟାଚର ଅଧିକାରୀଙ୍କୁ ରାଜ୍ୟ ସରକାର ତୁରନ୍ତ ମୁଖ୍ୟସଚିବ ପାହ୍ୟାକୁ ପଦୋନ୍ନତି େଦଇପାରନ୍ତି। ଏହା ହେଲେ ବରିଷ୍ଠ ପ୍ରଶାସକ ତଥା ପ୍ରମୁଖ ଶାସନ ସଚିବ ପାହ୍ୟାରେ ଥିବା ସି େଜ େବଣୁେଗାପାଳ ଓ ପ୍ରଦୀପ କୁମାର ମହାପାତ୍ରଙ୍କୁ ମୁଖ୍ୟଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିପାରେ। େସହି ବ୍ୟାଚର ଅନ୍ୟ ଜଣେ ଅଧିକାରୀ ପରାଗ ଗୁପ୍ତା େକନ୍ଦ୍ରୀୟ େଡପୁେଟସନରେ ଅଛନ୍ତି। ଏଣୁ ସରକାର ଚାହିଁଲେ ୧୯୮୯ ବ୍ୟାଚକୁ ମଧ୍ୟ ଏହି ପାହ୍ୟାକୁ ଟାଣି ଆଣିପାରନ୍ତି। ଏମିତି େହଲେ ଏହି ବ୍ୟାଚର ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର େଜନା, େମାନା ଶର୍ମା ମୁଖ୍ୟସଚିବ ପାହ୍ୟାକୁ ପଦୋନ୍ନତି ପାଇବେ। ଏମାନଙ୍କ ତଳେ ଥିବା ଏହି ବ୍ୟାଚର ଅନ୍ୟ ତିନି ଜଣ ଅଫିସରଙ୍କ ମଧ୍ୟରୁ ବିେନାଦ କୁମାରଙ୍କ ଦୁର୍ନୀତି ଅଡୁଆ ଜାଲରେ ଛନ୍ଦି େହାଇଥିବା େବଳେ ସିଟିଏମ୍ ସୁଗୁଣା ଅବସର େନଇସାରିଛନ୍ତି ଓ େଦବେନ୍ଦ୍ର ନାଥ ଗୁପ୍ତା େସ୍ବଚ୍ଛାକୃତ ଅବସର େନଇଛନ୍ତି। ଏଣୁ ୧୯୮୯ ବ୍ୟାଚକୁ ସରକାର ସୁେଯାଗ େଦବା ସମ୍ଭାବନା ଅଧିକ।
ଉଲ୍ଲେଖଥାଉକି, ନୂଆ ଉନ୍ନୟନ କମିସନର ଶ୍ରୀ ତ୍ରିପାଠୀ ୧୯୬୦ ମସିହା ଡିସେମ୍ବର ୨୩ ତାରିଖରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡରେ ଜନ୍ମଗ୍ରହଣ କରିଥିଲେ। ୧୯୮୬ରେ ଆଇଏଏସ ପାଇବା ପରେ ୧୯୮୮ରେ ତାଳଚେର ଏସଡିଓ ଭାବେ କାର୍ଯ୍ୟାରମ୍ଭ କରିଥିଲେ। ରାଉରକେଲା ଏଡିଏମ୍, ସୁନ୍ଦରଗଡ ଜିଲ୍ଲାପାଳ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ, ଶକ୍ତି, ଶିଳ୍ପ, ଗୃହ ବିଭାଗ ସଚିବ ଭାବେ ସେ ସଫଳତାର ସହିତ ଦାୟିତ୍ବ ତୁଲାଇଥିଲେ। କେନ୍ଦ୍ରୀୟ ଡେପୁଟସନରେ ଥିବା ବେଳେ କୃଷି ସଂପ୍ରସାରଣ କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Asit-Kumar-Tripathy-IAS-indianbureaucracy-e1496228338721.jpg)