ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ତାହା ଅନୁଯାୟୀ ଅସିତ ତ୍ରିପାଠୀ ହେଲେ ମୁଖ୍ୟ ଶାସନ ସଚିବ।
ଆଦିତ୍ୟ ପାଢ଼ୀ ରାଜ୍ୟ ନିର୍ବାଚନ ଅଧିକାରୀଭାବେ ନିଯୁକ୍ତ ହେବାପରେ ରାଜ୍ୟ ସରକାର ଅସିତ ତ୍ରିପାଠୀଙ୍କୁ ଏହି ଦାୟିତ୍ବ ଦେଇଥିବା ଜଣାଯାଇଛି। ୧୯୮୬ ବ୍ୟାଚର ଏହି ଆଇଏସ ଅଫିସର୍ ଅତୀତରେ ସୁନ୍ଦରଗଡ଼ର ଜିଲ୍ଲାପାଳ ଥିଲେ।.ସେ

Advertisment

ସୂଚନାଯୋଗ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତ ହେଲେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶ୍ରୀ ପାଢ଼ୀଙ୍କୁ ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତ କରିଥିଲେ। ଶ୍ରୀ ପାଢ଼ୀଙ୍କ ନିଯୁକ୍ତି ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନୂଆ ନିଯୁକ୍ତି ସହ ମୁଖ୍ୟ ଶାସନ ସଚିବ ପଦରୁ ସ୍ବେଚ୍ଛାକୃତ ଅବସର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରୀ ପାଢ଼ୀ ଆବେଦନ କରିଥିଲେ।

ଠିକ୍ ସେହିପରି ସୁରେଶ ମହାପାତ୍ରଙ୍କୁ ନୂତନ ଉନ୍ନୟନ କମିସନର ଏବଂ ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦ କମିସନରଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।ଆଗାମୀ ୧୯ ତାରିଖରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ।