ଏଏନ୍‌-୩୨ ପାଇଲଟ ସହ ସୁନିତ ମହାନ୍ତି ନିଖୋଜ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆସିକା ସାଂସଦ ପ୍ରମିଳା ବିଷୋୟୀ

ଭୁବନେଶ୍ୱର/ଭଂଜନଗର: ଭାରତୀୟ ବାୟୁସେନା ବିମାନ ଏଏନ୍‌-୩୨ ନିଖୋଜ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଗଂଜାମ ଜିଲ୍ଲାର ଆସ୍କା ସାଂସଦ ପ୍ରମିଳା ବିଷୋୟୀ ଚିଠି ଲେଖିଛନ୍ତି। ନିଖୋଜ ବିମାନକୁ ଖୋଜିବା ସହ ଓଡ଼ିଆ ପାଇଲଟ ତଥା ଫ୍ଲାଇଟ ଲେଫ୍‌ଟନାଣ୍ଟ ସୁନିତ ମହାନ୍ତିଙ୍କୁ ଖୋଜି ବାହାର କରିବା ନେଇ ସାଂସଦ ପ୍ରମିଳା ବିଶୋୟୀ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚିଠିରେ ଉଲ୍ଲେଖ କରିଛନ୍ତି।

ଏଏନ-୩୨ ବିମାନ ନିଖୋଜ ହେବା ଘଟଣା ୭ ଦିନ ବିତି ଯାଇଥିବା ବେଳେ ସୁନିତଙ୍କ ଗାଁର ମହିଳାମାନେ ମଙ୍ଗଳ କାମନା କରି ରବିବାର ମନ୍ଦିରରେ ଦୀପ ଜାଳିଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ଏକାଠି ହୋଇ ମନ୍ଦିରରେ ଦୀପ ଜାଳି ସୁନିତ ଭଲରେ ଫେରି ଆସନ୍ତୁ ବୋଲି ଠାକୁରାଣୀଙ୍କୁ ଆଶୀର୍ବାଦ ମାଗିଛନ୍ତି। ସେହିଭଳି ଆଜି ଆସିକା ବିଧାୟକ ମଂଜୁଳା ସ୍ୱାଇଁ ଆଜି ସୁନିତଙ୍କ ଦାଦା ପ୍ରଦୀପ କୁମାର ମହାନ୍ତି ଓ ଖୁଡ଼ି ପ୍ରଶାନ୍ତି ମହାନ୍ତି ସମେତ ଅନ୍ୟ ସଂପର୍କୀୟଙ୍କୁ ଭେଟିଛନ୍ତି।

ସୂଚନାଯୋଗ୍ୟ, ଗତ ୩ ତାରିଖରେ ୧୩ ଜଣଙ୍କୁ ନେଇ ଏନ-୩୨ ବିମାନ ଆସାମ ଜୋରହାଟରୁ ଉଡାନ କରିଥିଲା। ଏଥିସହ ଅରୁଣାଞ୍ଚଳ ପ୍ରଦେଶର ମେନଚୁକା ଏୟାର ଫିଲ୍‌ଡରେ ଅବତରର ପୂର୍ବରୁ ବିମାନଟି ନିଖୋଜ ହୋଇଯାଇଥିଲା। ସେହି ଦିନ ଠାରୁ ନିଖୋଜ ବିମାନ ଖୋଜିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଇଥିବା ବେଳେ କେଣସି ସୂଚନା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର