ଭୁବନେଶ୍ୱର: ଦେଶର ସ୍ୱଚ୍ଛ ସହର ସର୍ଭେରେ ଗଞ୍ଜାମ ଜିଲ୍ଲାର ଆସ୍କା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଚଳିତ ମାସ ୧୭ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଏଥି ନିମନ୍ତେ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୪-୨୫ ପ୍ରଦାନ କରିଛନ୍ତି ।
ସୋମବାର ଲୋକସେବା ଭବନ ଠାରେ ଆସ୍କା ବିଧାୟକ ସରୋଜ କୁମାର ପାଢ଼ୀ ଏବଂ ଅଧ୍ୟକ୍ଷା ବିନୀତା ସ୍ୱାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ସାର୍ଟିଫିକେଟ ଓ ଟ୍ରଫି ପ୍ରଦର୍ଶନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଏହି ସଫଳତା ପାଇଁ ଖୁସିବ୍ୟକ୍ତ କରିବା ସହିତ ଉଭୟ ବିଧାୟକ ଓ ଅଧ୍ୟକ୍ଷାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହିପରି ସ୍ୱଚ୍ଛ ଅଭିଯାନ ଜାରି ରଖି ପ୍ରଥମ ସ୍ଥାନ ହାସଲ କରିବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
Congratulations to the @HUDDeptOdisha for Odisha’s stellar performance in the Swachh Survekshan Awards 2024-25.
— Mohan Charan Majhi (@MohanMOdisha) July 17, 2025
The national recognition of @nac_aska1, @Nac_Chikiti, and @bmcbbsr is a testament to the department’s relentless efforts, effective leadership, and community-driven… https://t.co/QCF2TXAS1y
ସୂଚନାଯୋଗ୍ୟ ଯେ, ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ କ୍ୟାଟେଗୋରିରେ ଗଞ୍ଜାମ ଜିଲ୍ଲାର ଆସ୍କା, ଦେଶରେ ସ୍ୱଚ୍ଛ ସହର ଭାବେ ଦ୍ୱିତୀୟ ସ୍ଥାନ ହାସଲ କରି ଏହି ପୁରସ୍କାର ପାଇଛି ।
CM Mohan Charan Majh