ଏଏସ୍ଓ ପରୀକ୍ଷା ପ୍ରମାଣପତ୍ର ଯାଞ୍ଚ ସୀମା ୨୨କୁ ବୃଦ୍ଧି

କଟକ : ଓଡ଼ିଶା ଲୋକସବୋ ଆୟୋଗ (ଓପିଏସସି) ଦ୍ବାରା ପରିଚାଳିତ ଏଏସଓ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ମେ’ ୨୧ ପର୍ଯ୍ୟନ୍ତ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ରହିଥିବା ବେଳେ ତାହାକୁ ମେ’ ୨୨କୁ ବୃଦ୍ଧି କରାଯାଇଛି।

ବାତ୍ୟା ‘ଫନି’ ଯୋଗୁଁ ପ୍ରମାଣପତ୍ର ଯାଞ୍ଚରେ ଯେଉଁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ସମସ୍ୟାରେ ପଡିଥିବେ ସେମାନଙ୍କ ପାଇଁ ଗୋଟିଏ ଦିନ ଅଧିକ ସୁଯୋଗ ଦେବା ପାଇଁ ଓପିଏସସିର ଅଧ୍ୟକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର