ବନ୍ୟା ପାଇଁ ଏଏସ୍‌ଓ ପରୀକ୍ଷା ବାତିଲ

କଟକ : ରାଜ୍ୟ‌ରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ପବ୍ଲିକ ସର୍ଭିସ କମିସନ( ଓପିଏସ୍‌ସି) ଆସିଷ୍ଟାଣ୍ଟ ସେକସନ ଅଫିସର(ଏଏସଓ) ପରୀକ୍ଷାକୁ ବାତିଲ କରିଛି। ଆସନ୍ତା ଅଗଷ୍ଟ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାକୁ ଅନିର୍ଦିଷ୍ଟ କାଳ ପାଇଁ ବାତିଲ କରାଯାଇଛି। ଏଥିପାଇଁ ପରୀକ୍ଷାର୍ଥୀମାନଙ୍କୁ ସୂଚନା ଦିଆଯାଇଛି। ପରବର୍ତ୍ତି ତାରିଖ ଧାର୍ଯ୍ୟ ହେଲେ ଜଣାଇ ଦିଆଯିବ ବୋଲି ଓପିଏସସି ତାର ୱେବ୍ ସାଇଟ୍‌ରେ ସୂଚନା ଦେଇଛି।

ସମ୍ବନ୍ଧିତ ଖବର