ପ୍ରକାଶିତ ହେଲା ଏଏସଓ ପରୀକ୍ଷାଫଳ, ୯୮୩ ପ୍ରାର୍ଥୀ ସ୍କିଲ ଟେଷ୍ଟ ପାଇଁ ମନୋନୀତ

ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଗତ ଜାନୁୟାରୀ ୨୦ରେ ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତିର ଲିଖିତ ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି । ଏସଂପର୍କରେ ଓପିଏସସି ପକ୍ଷରୁ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନଙ୍କ ରୋଲ ନମ୍ବର ପ୍ରକାଶିତ ହୋଇଛି । ଏହି ପରୀକ୍ଷାରେ ମୋଟ ୯୮୩ ଜଣ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇ ଦକ୍ଷତା ପରୀକ୍ଷା (ସ୍କିଲ ଟେଷ୍ଟ) ଓ ସାର୍ଟିଫିକେଟ ଯାଞ୍ଚ ପାଇଁ ମନୋନୀତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ ଏଏସଓ ପରୀକ୍ଷା ପାଇଁ ଗତ ବର୍ଷ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୋଟ ପ୍ରାୟ ୫୦୦ଟି ପଦବୀ ପାଇଁ ଡିସେମ୍ବର ୨୩, ୨୦୧୮ରେ ପରୀକ୍ଷା ହେବ ବୋଲି ଏହି ବିଜ୍ଞାପନରେ କୁହାଯାଇଥିଲା । ପରେ ଏହି ପରୀକ୍ଷା ତାରିଖକୁ ଜାନୁୟାରୀ ୨୦, ୨୦୧୮କୁ ଘୁଞ୍ଚାଇଦିଆଯାଇଥିଲା ।

ସମ୍ବନ୍ଧିତ ଖବର