୨୭ରେ ହେବ ଏଏସ୍‌ଓ ‌ଲିଖିତ ପରୀକ୍ଷା

ଭୁବନେଶ୍ବର : ଏଏସ୍‌ଓ ପଦବି ପାଇଁ ଲିଖିତ ପରୀକ୍ଷା ଅଗଷ୍ଟ ୨୭ରେ ହେବ ବୋଲି ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ୨୭ ତାରିଖ (ଶନିବାର) ସକାଳ ୧୦ଟା ୩୦ରେ ସାଧାରଣ ଜ୍ଞାନ (ପେପର୍‌-୧), ୧୧ଟା ୩୦ରୁ ଅପରାହ୍ନ ୧ଟା ମଧ୍ୟରେ ରିଜନିଙ୍ଗ ଓ ମେଣ୍ଟାଲ ଆବିଲିଟି ଏବଂ ଗଣିତ ପରୀକ୍ଷା (ପେପର-୨), ଅପରାହ୍ନ ୨ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ଇଂରାଜୀ ଓ ଓଡ଼ିଆ (ପେପର-୩) ପରୀକ୍ଷା କରାଯିବ। ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ଲିଖିତ ପରୀକ୍ଷା ଅଗଷ୍ଟ ୨୧ରେ କରିବାକୁ ଧାର୍ଯ୍ୟ ହୋଇଥିଲା। ରାଜ୍ୟରେ ବନ୍ୟା ପରିସ୍ଥିତି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା।

ସମ୍ବନ୍ଧିତ ଖବର