ଆସାମ ଚାହା ପ୍ରଚାର କାର୍ଯ୍ୟକ୍ରମର ଶୁଭାରମ୍ଭ

କଟକ : ଆସାମ ଚାହାର ପ୍ରଚାର କାର୍ଯ୍ୟକ୍ରମ କଟକରୁ ଆରମ୍ଭ ହୋଇଛି। ଶନିବାର କେନ୍ଦ୍ରାପଡ଼ା ସା˚ସଦ ତଥା ଅଭିନେତା ଅନୁଭବ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି।

ଉଦ୍‌ଘାଟନ ଅବସରରେ ସାଂସଦ ଶ୍ରୀ ମହାନ୍ତି କହିଥିଲେ ଯେ, ଆସାମ ଚାହା ମଧୁମେହ, କର୍କଟ, ଖରାପ କୋଲୋଷ୍ଟ୍ରୋଲ୍‌ ହଟାଇବାରେ ସହାୟକ ହେଉଛି। ଏଥିରେ କୌଣସି ହାନିକାରକ ପଦାର୍ଥ ନାହିଁ। ଏହାକୁ ଶୁଦ୍ଧ ଭାବେ ପିଇବା ଦ୍ବାରା ଏକାଧିକ ଦୂରାରୋଗରୁ ମୁକ୍ତି ମିଳିପାରିବ । ରୁଚି ଗ୍ରୁପ୍‌ ଏହି ଚାହାର ପ୍ରଚାର କ୍ଷେତ୍ରରେ ଅ˚ଶବିଶେଷ ହୋଇଛି। ତେବେ, ଏ କ୍ଷେତ୍ରରେ ସୋସିଆଲ ମିଡିଆର ବହୁଳ ବ୍ୟବହାରର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଏଥିସହିତ, କଟକରେ ଏକ ଚାହା ଲାଉଞ୍ଜ ଖୋଲାଯିବାକୁ ପ୍ରସ୍ତାବ ଦେବାସହିତ କେନ୍ଦ୍ରାପଡ଼ାରେ ଚାହା ପାନ ଉପରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ସାଂସଦ ଶ୍ରୀ ମହାନ୍ତି ଘୋଷଣା କରିଥିଲେ।

କାର୍ଯ୍ୟକ୍ରମର ଶୁଭାରମ୍ଭ ବେଳେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଭାରତୀୟ ଚାହା ବୋର୍ଡର ଉପାଧ୍ୟକ୍ଷ ଅରୁଣ କୁମାର ରାୟ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶଥାଉକି,ଏହି ପ୍ରଚାର କାର୍ଯ୍ୟକ୍ରମ କଟକରୁ ଆରମ୍ଭ ହୋଇଥିବାବେଳେ ଭୁବନେଶ୍ବର ଓ ଶେଷରେ ପୁରୀରେ ଶେଷ ହେବ।

ସମ୍ବନ୍ଧିତ ଖବର