ଏଣିିକି ବିଧାନସଭା ବିବରଣୀ କମ୍ପ୍ୟୁଟରୀକୃତ ହେବ

ଭୁବନେଶ୍ବର : ଓଡ଼ିଶା ବିଧାନସଭାର ବିବରଣୀ କମ୍ପ୍ୟୁଟର ଦ୍ବାରା ପ୍ରସ୍ତୁତ କରାଯାଇ ବିଧାୟକ ବା ବିଧାୟିକାଙ୍କ ସ୍ବୀକୃତି ପାଇଁ ପଠାଯିବ। ଷୋଡ଼ଶ ବିଧାନସଭାର ତୃତୀୟ ଅଧିବେଶନ ଠାରୁ ଏହା କାର୍ଯ୍ୟକାରୀ କରାଯିବ। ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭା ସଚିବାଳୟରେ ଥିବା ରିପୋର୍ଟର୍ସ ଶାଖା ପରିଦର୍ଶନ କରିବା ପରେ ଏଭଳି ସୂଚନା ଦେଇଛନ୍ତି। ପୂର୍ବରୁ ଓଡ଼ିଶା ବିଧାନସଭାର ବିବରଣୀ ହାତରେ ଲେଖାଯାଉଥିଲା। ବାଚସ୍ପତି ଏଥିରେ ପରିବର୍ତନ ଆଣି ଏହାର କମ୍ପ୍ୟୁଟରୀକରଣ ଲାଗି ପ୍ରବର୍ତାଇଥିଲେ। ଏ ସଂକ୍ରାନ୍ତରେ ସେ କର୍ମଚାରୀମାନଙ୍କ ସହିତ ଆଜି ଆଲୋଚନା କରିଥିଲେ। ଏହି ଆଲୋଚନା କାଳରେ ଉପସଚିବ (ରିପୋର୍ଟିଂ) ଦେବାନନ୍ଦ ଦୋରା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର