ଭୁବନେଶ୍ୱର: ଆଜି ପୁଣି ମୁଲତବି ରହିଲା ଗୃହ | କଂଗ୍ରେସର ହଟ୍ଟଗୋଳ ପରେ ଗୃହକାର୍ଯ୍ୟକୁ ମୁଲତବି ରଖାଯାଇଥିବା ଜଣାପଡିଛି | ଦିନ ୧୧.୩୦ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖାଯାଇଛି |
ସୂଚନା ମୁତାବକ, ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଦେଇଥିଲା କଂଗ୍ରେସ | ହେଲେ ବାଚସ୍ପତି ମୁଲତବି ପ୍ରସ୍ତାବ ଗ୍ରହଣ ନକରିବାରୁ କଂଗ୍ରେସ ଦଳର ବିଧାୟକମାନେ ପ୍ରଶ୍ନକାଳ ସମୟରେ ହଙ୍ଗାମା କରିବା ଆରମ୍ଭ କରିଥିଲେ | ଗୃହ ମଧ୍ୟଭାଗକୁ ଆସି କଂଗ୍ରେସ ବିଧାୟକମାନେ ନାରାବାଜି କରିଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Odisha-Assembly-1-1.jpg)