ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ: ହଟ୍ଟଗୋଳ ଯୋଗୁଁ ଅପରାହ୍ଣ ୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ବୁଧବାର ପୂର୍ବାହ୍ନରେ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟସ୍ଥଳକୁ ଆସି ପ୍ରବଳ ହଟ୍ଟଗୋଳ କରିବାରୁ ବାଚସ୍ପତି ଅପରାହ୍ଣ ୩ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି।

ବିଧାନସଭା ଅଧିବେଶନ ଆରମ୍ଭରେ ପୂର୍ବତନ ବିଧାୟକଙ୍କ ବିୟୋଗ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ।
ପରେ ପରେ ବିଜେପି ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ ମୁଲତବୀ ଉଠାଇଥିଲା। ବାଚସ୍ପତି ଏହାକୁ ଗ୍ରହଣ କରିଛନ୍ତି।

ବିଧାନସଭା ଆରମ୍ଭ ପୂର୍ବରୁ ବିଧାନସଭାର ରଣନୀତି ପ୍ରସ୍ତୁତ ଲାଗି ବିଜେଡି ବିଧାୟକ ଦଳର ବୈଠକ ବସିଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ କି, ଶୀତକାଳୀନ ଅଧିବେଶନରେ ଅତିରିକ୍ତ ବଜେଟ ଏବଂ ଅନ୍ୟ କେତୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଗତ କରାଯିବ। ବିରୋଧୀ ଦଳମାନେ ଯେଉଁ ପ୍ରସଙ୍ଗ ଆଣିଲେ ବି ତା’ର ମୁକାବିଲା କରିବାକୁ ଶାସକ ଦଳ ପ୍ରସ୍ତୁତ।

ସମ୍ବନ୍ଧିତ ଖବର