ଭୁବନେଶ୍ବର:  ବିଧାନସଭାରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇଥିଲା କିନ୍ତୁ, ଆରମ୍ଭରୁ କଲେଜ ନିର୍ବାଚନ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକମାନେ ଗୃହରେ ହୋହାଲ୍ଲା କରିବା ସହ ଜୋରଦାର ପ୍ରତିବାଦ କରିଥିଲେ। ପରେ ପରେ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ବି ଉଠାଇଥିଲା ବିଜେଡି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ୧୧. ୪୧ ଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏହାପରେ ପୁନଃ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲଲେ ପୁନର୍ବାର ଉପରୋକ୍ତ ପ୍ରସଙ୍ଗକୁ ଉଠାଇ ହୋହାଲ୍ଲା କରିଥିଲେ କଂଗ୍ରେସ ବିଧାୟକ। ଏହାପରେ ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢୀ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ।

Advertisment

ଆଜି ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ବିରୋଧୀ ଦଳର ସମର୍ଥନ  ମିଳିଥିଲା। ଏହାପରେ କଲେଜ ନିର୍ବାଚନ ପ୍ରସଙ୍ଗରେ ଗୃହରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ ଓ ନାରାବାଜି କରିଥିଲେ। କଲେଜ ନିର୍ବାଚନ ଆମର ଦାବି ବୋଲି ସେମାନେ କହିଥିଲେ।

ତେଣେ ବିରୋଧୀ ବିଜେଡି ସଦସ୍ୟ ମଧ୍ୟ ରାଜ୍ୟପାଳଙ୍କ ପୁଅଙ୍କ ଉପରେ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ।