ବିଧାନସଭା ନିର୍ବାଚନ-୨୦୧୯ : ନୋଟାରେ ପଡ଼ିଲା ୧.୦୫% ଭୋଟ

ସର୍ବାଧିକ ବ୍ୟବଧାନରେ ଜିତିଛନ୍ତି ସୌମ୍ୟରଂଜନ, ସବୁଠୁ କମ୍ ପ୍ରତିଶତ ଭୋଟରେ ଜିତିଛନ୍ତି ମକରନ୍ଦ, ବିଧାନସଭାକୁ ଯାଇଛନ୍ତି ୯୫ କୋଟିପତି ପ୍ରାର୍ଥୀ

ଭୁବନେଶ୍ବର : ଏଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକମାନଙ୍କ ମଧ୍ୟରୁ ମାତ୍ର ୪୫ ଜଣ ବିଧାୟକ ୫୦%ରୁ ଅଧିକ ଭୋଟ ପାଇଛନ୍ତି। ଖଣ୍ଡପଡ଼ା ବିଧାନସଭା ଆସନରୁ ଜିଣିଥିବା ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ସର୍ବାଧିକ ୭୪.୩୪%ଭୋଟ ପାଇଥିବାବେଳେ ହିଞ୍ଜିଳି ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଥିବା ଭୋଟ ହାର ରହିଛି ୬୬.୩୨%। ଏହି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି କବିସୂର୍ଯ୍ୟନଗରରୁ ବିଜେଡି ଟିକଟରେ ଜିଣିଥିବା ଲତିକା ପ୍ରଧାନ। ଶ୍ରୀମତୀ ପ୍ରଧାନ ତୃତୀୟ ସର୍ବାଧିକ ୬୨.୮୭% ଭୋଟ ପାଇଛନ୍ତି।

୧୪୬ଟି ବିଧାନସଭା ଆସନରେ ପଡ଼ିଥିବା ଭୋଟକୁ ବିଶ୍ଳେଷଣ କରି ଓଡ଼ିଶା ଇଲେକ୍‍ସନ ୱାଚ୍ ଓ ଏଡିଆର୍ ପକ୍ଷରୁ ଏଭଳି ଏକ ରିେପାର୍ଟ ପ୍ରକାଶ ପାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା େହଲା, ୨୦୧୩ ମସିହାରୁ ମତଦାତାଙ୍କ ପାଇଁ ନୋଟା ବ୍ୟବସ୍ଥା ହୋଇଛି। ଏଥର ନିର୍ବାଚନରେ ମୋଟ୍‍ ୨,୩୪,୧୭,୬୯୫ଟି ଭୋଟ ମଧ୍ୟରୁ ୧.୦୫% ଅର୍ଥାତ୍‍ ୨,୪୪,୯୭୪ଟି ଭୋଟ ନୋଟାରେ ପଡ଼ିଛି।

ରିେପାର୍ଟରେ କୁହାଯାଇଛି, ଏଥର ମୋଟ ୧୦୧ ଜଣ ବିଧାୟକ ୫୦%ରୁ କମ୍‍ ଭୋଟ ପାଇ ଜିତିଛନ୍ତି। ବିଜେଡିର ୧୧୨ ବିଧାୟକଙ୍କ ମଧ୍ୟରୁ ୬୮ଜଣ ୫୦%ରୁ କମ୍‍ ପରିମାଣ ଭୋଟ ପାଇଥିବାବେଳେ କଂଗ୍ରେସର ୮ଜଣ ଏବଂ ସମସ୍ତ ବିଜେପି ଓ ଜଣେ ସିପିଆଇଏମ୍‍ ସଦସ୍ୟ ବି ଅନୁରୂପ ହାରରେ ଭୋଟ ପାଇଛନ୍ତି। ନିଜ ନାମରେ ଆପରାଧିକ ମାମଲା ଘୋଷଣା କରି ବିଜୟୀ ହୋଇଥିବା ୬୭ ବିଧାୟକଙ୍କ ମଧ୍ୟରୁ ୧୫ଜଣ ୫୦%ରୁ ଅଧିକ ଭୋଟ ପାଇଛନ୍ତି।

ଚାରି ଜଣ ବିଧାୟକ ୧୦୦୦ରୁ କମ୍‍ ଭୋଟରେ ଜିତିଛନ୍ତି। ଦୁଇ ଜଣ ୪୦% ଭୋଟ ପାଇ ବିଧାନସଭାକୁ ନିର୍ବାଚିତ େହାଇଛନ୍ତି। ଆପରାଧିକ ମାମଲା ଥାଇ ଜିତିଥିବା ୨୬ଜଣ ବିଧାୟକଙ୍କ ବିେରାଧରେ ଲଢ଼ୁଥିବା ପ୍ରାର୍ଥୀମାନଙ୍କର ଏଭଳି ମାମଲା ନଥିଲା। ତା ସତ୍ତ୍ବେ ସେମାନେ ପରାଜିତ େହାଇଛନ୍ତି।

ସବୁଠାରୁ କମ୍‍ ପ୍ରତିଶତ ଭୋଟ ପାଇ ଜିଣିଛନ୍ତି ରାୟଗଡ଼ା ବିଧାୟକ ତଥା ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି। ଶ୍ରୀ ମୁଦୁଲି ୩୦.୨୧% ଭୋଟ ପାଇଥିବାବେଳେ ରାଜଗାଙ୍ଗପୁର ଆସନରୁ ଜିଣିଥିବା କଂଗ୍ରେସ ପ୍ରାର୍ଥୀ ସି.ଏସ୍‍.ରାଜନ ଏକ୍କା ୩୦.୯୮% ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଓ ନର୍ଲା ଆସନରୁ ଜିଣିଥିବା ବିଜେଡି ପ୍ରାର୍ଥୀ ଭୂପିନ୍ଦର ସିଂହ ୩୧.୧୨% ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି।

ଏଥର ବିଧାନସଭା ନିର୍ବାଚନରେ ୯୫ଜଣ କୋଟିପତି ପ୍ରାର୍ଥୀ ଜିତିଛନ୍ତି। ତେବେ ୩୭ ଜଣଙ୍କ େକ୍ଷତ୍ରରେ ହାରିଥିବା ପ୍ରାର୍ଥୀମାନେ କୋଟିପତି ତାଲିକାରେ ନ ଥିଲେ। ସେହିଭଳି କୋଟିପତି ତାଲିକାରେ ନ ଥାଇ ବି ୨୨ଜଣ ପ୍ରାର୍ଥୀ ସେମାନଙ୍କ ବିରୁଦ୍ଧରେ ଲଢିଥିବା କୋଟିପତି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି।

ଚଳିତ ବିଧାନସଭାକୁ ୬୦ଜଣ ବିଧାୟକ ପୁନଃ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦ଜଣ ୫୦%ରୁ ଅଧିକ ଭୋଟ ହାରରେ ଜିତିଛନ୍ତି। ପୁନଃ ନିର୍ବାଚିତ ହୋଇଥିବା ୧୨ଜଣ ବିଧାୟକଙ୍କ ବିଜୟ ଭୋଟ ବ୍ୟବଧାନ ହାର ୫%ରହିଥିବା ବେଳେ ୮ଜଣଙ୍କ ବିଜୟ ଭୋଟ ବ୍ୟବଧାନ ୨୦% ରହିଛି।

ସମ୍ବନ୍ଧିତ ଖବର