ନବମ ବିଧାନସଭା କାଳରେ ପୁଣିଥରେ କଂଗ୍ରେସ ବିପୁଳ ଭୋଟରେ ବିଜୟ ହାସଲ କରିଥିଲା। ଜାନକୀ ବଲ୍ଲଭ ପଟ୍ଟନାୟକ ଦ୍ବିତୀୟ ବାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ୧୯୮୦ ମସିହା ନିର୍ବାଚନର ଫଳାଫଳକୁ କଂଗ୍ରେସ ଦେହରାଇବା ସହିତ ସେହି ୧୧୭ ଆସନରେ ବିଜୟୀ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ନବମ ବିଧାନସଭାରେ ବି କଂଗ୍ରେସର ବିଜୟଧାରା ଅବ୍ୟାହତ ରହିଥିଲା। କୁହାଯାଏ ଯେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜର ସୁରକ୍ଷା କର୍ମଚାରୀଙ୍କ ଗୁଳିରେ ନିହତ ହେବା ଘଟଣା କଂଗ୍ରେସ ସପକ୍ଷରେ ସାରାଦେଶରେ ଏକ ବିପୁଳ ଜନହାୱା ସୃଷ୍ଟି କରିଥିଲା। କେନ୍ଦ୍ର ସହିତ ରାଜ୍ୟର ନିର୍ବାଚନ ଏକାଠି ହେଉଥିବାରୁ ତାହାର ପ୍ରଭାବ ମଧ୍ୟ ଓଡ଼ିଶା ରାଜନୀତି ଉପରେ ପଡ଼ିଥିଲା। ମାତ୍ର, କିଛି ରାଜନୈତିକ ବିଶ୍ଲେଷକଙ୍କ ମତ ହେଉଛି କଂଗ୍ରେସର ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଭାବେ ଠିଆ ହେବା ପାଇଁ ଓଡ଼ିଶାର ବିରୋଧୀ ଦଳଗୁଡ଼ିକ ସେତିକି ଶକ୍ତି ଏକାଠି କରିବାରେ ସକ୍ଷମ ହୋଇନଥିଲେ।
୧୯୮୫ ମସିହା ମାର୍ଚ୍ଚ ମାସରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ, କାକଟପୁର ଓ କେନ୍ଦୁଝରରେ ଦୁଇ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ସେଠାରେ ନିର୍ବାଚନ ସ୍ଥଗିତ ହୋଇଥିଲା। ସମୁଦାୟ ୧୪୫ଟି ଆସନରେ ନିର୍ବାଚନ େହାଇଥିଲା, ଯେଉଁଥିରେ କଂଗ୍ରେସ ୧୧୭ଟି ଆସନ ଅକ୍ତିଆର କରିବା ସହିତ ଏକ ବିପୁଳ ବିଜୟ ହାସଲ କରିଥିଲା। ଅପରପକ୍ଷେ, ଦ୍ବିତୀୟ ବୃହତ୍ ଦଳ ଭାବେ ଜନତା ପାର୍ଟି ପ୍ରଥମେ ୧୯ଟି ଆସନରେ ବିଜୟ ହାସଲ କରିଥିଲା। ପରେ ଦୁଇଟି ଉପନିର୍ବାଚନରେ ଜିଣିବା ଫଳରେ ଏହାର ଆସନ ସଂଖ୍ୟା ୨୧କୁ ବୃଦ୍ଧି ପାଇଥିଲା। ସିପିଆଇ, ବିଜେପି ଓ ସ୍ବାଧୀନ ମିଶି ସମୁଦାୟ ୯ଟି ଆସନରେ ବିଜୟ ହାସଲ କରିଥିଲେ।
ନିର୍ବାଚନରେ କଂଗ୍ରେସର ସଫଳତା ପରେ ପୁଣିଥରେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ବିଜୁ ପଟ୍ଟନାୟକ ସମ୍ମାନଜନକ ଭୁବନେଶ୍ବର ଲୋକସଭା ଆସନରୁ ଇସ୍ତଫା ପ୍ରଦାନ କରି ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ। ଚଳିତ ବିଧାନସଭାରେ ଉଲ୍ଲେଖନୀୟ ଘଟଣା ହେଉଛି କମ୍ ସଦସ୍ୟ ଥିଲେ ମଧ୍ୟ ବିରୋଧୀ ଦଳ ଗୁଡ଼ିକ ଅଧିବେଶନ କାଳରେ ସରକାର ବିରୋଧରେ ଶାଣିତ ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲେ।
ସରକାର ପାଞ୍ଚ ବର୍ଷ ପୂରଣ ହେବାକୁ ଆଉ ସାେଢ଼ ୩ ମାସ ଥିବାବେଳେ ୧୯୮୯ ମସିହା ଡିସେମ୍ବର ମାସରେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ହେମାନନ୍ଦ ବିଶ୍ବାଳ ଦାୟିତ୍ବ ଗ୍ରହଣ କରିଥିଲେ।
୧୯୮୫ ମସିହା ମାର୍ଚ୍ଚ ୯ ତରିଖ ରେ ନବମ ବିଧାନସଭା ଗଠନ ହୋଇଥିବାବେଳେ ୧୯୯୦ ମସିହା ମାର୍ଚ୍ଚ ୩ ତାରିଖ ଦିନ ଏହାର କାର୍ଯ୍ୟକାଳ ଶେଷ ହୋଇଥିଲା। ପ୍ରସନ୍ନ କୁମାର ଦାସ ଓ ଚିନ୍ତାମଣି ଦ୍ୟାନ୍ ସାମନ୍ତରାୟ ଯଥାକ୍ରମେ ବାଚସ୍ପତି ଓ ଉପ-ବାଚସ୍ପତି ଭାବେ ଦାୟିତ୍ବ ତୁଲାଇ ଥିଲେ।
ନିର୍ବାଚନ ଫଳାଫଳ ଏହିଭଳି:
ନବମ ବିଧାନସଭା (୧୯୮୫-୯୦)
ଦଳ ଆସନ ଭୋଟହାର
କଂଗ୍ରେସ(ଆଇ) ୧୧୭ ୫୧.୦୮%
ଜନତା ପାର୍ଟି ୨୧ ୩୦.୬୧%
ସିପିଆଇ ୦୧ ୩.୩୧%
ବିଜେପି ୦୧ ୨.୬୦%
ସ୍ବାଧୀନ ୦୭ ୧୦.୫୦%
ଅନ୍ୟାନ୍ୟ ଦଳ ୦୦ ୧.୯୦%
ମୋଟ ୧୪୭ ୧୦୦%