ବିଧାନସଭାରେ ‘ପରୀ’ ମୃତ୍ୟୁ ପ୍ରସଙ୍ଗକୁ ନେଇ ପୁଣି ହଙ୍ଗାମା, ଆସନ୍ତାକାଲି ଯାଏ ଗୃହ ମୁଲତବୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ପରୀ’ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେବା ନିଷ୍ପତ୍ତି ଘୋଷଣା କରିବା ପରେ ଆଶା କରାଯାଉଥିଲା କି ବିରୋଧୀ ଦଳ ପକ୍ଷରୁ ଆଉ ଏହି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରାଯିବ ନାହିଁ। ମାତ୍ର ଏହା ପରେ ବି  ବିରୋଧ ଜାରି ରଖିଛି  ବିଜେପି। ଆଜି ପୁଣି ଥରେ  ‘ପରୀ’ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀମାନେ ହଙ୍ଗାମା କରିଛନ୍ତି।  ଆମେ ସିବିଆଇ ତଦନ୍ତ ସହ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଥିଲୁ। ଯେ ପର୍ଯ୍ୟନ୍ତ ଆମର ଦାବି ପୁରଣ ନହୋଇଛି, ସେପର୍ଯ୍ୟନ୍ତ ଆମେ ଗୃହ ଚଳାଇ ଦେବୁ ନାହିଁ ବୋଲି କହିଛି ବ‌ିଜେପି। ଏହା ପରେ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଙ୍ଗମା କରିଥିଲେ। ନିଜ ନିଜ ସ୍ଥାନକୁ ଫେରିଯିବା ପାଇଁ ବାଚସ୍ପତି ନିବେଦନ କରି ବିଫଳ ହେବା ପ‌ରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି।

ସୂଚନା ମୁତାବକ, ‘ପରୀ’ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ହେବ ବୋଲି ଆଜି ବିଧାନସଭାରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏହା ସହ ବିଧାନସଭାକୁ ସୁରୁଖୁରୁ ଭାବେ ଚଳାଇବା ଲାଗି ବିରୋଧୀ ଦଳର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଆମେ ଏସଆଇଟି ନୁହେଁ ବରଂ ସିବିଆଇ ତଦନ୍ତ ପାଇଁ ଦାବି କରୁଛୁ ବୋଲି କହି ବିରୋଧୀ ଦଳ ପୁଣି ଥରେ ହଙ୍ଗମା ଆରମ୍ଭ କରି ଦେଇଥିଲେ। ପରିସ୍ଥିତିକୁ ଦେଖି ଏବେ ଆସନ୍ତାକାଲି ଯାଏ ଗୃହକୁ ମୁଲତବୀ ରଖାଯାଇଛି।

ସମ୍ବନ୍ଧିତ ଖବର