ବିଧାନସଭା ମେଡିକାଲ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର: ରାଜ୍ୟ ସରକାର ବିଧାନସଭା ମେଡିକାଲ ଅଧିକାରୀ ଲଳିତ ବେହେରାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଶ୍ରୀ ବେହେରା ଚାକିରିରୁ ନିଲମ୍ବିତ ହୋଇଛନ୍ତି । ରାଜ୍ୟ ସରକାର ମେଡିକାଲ ଅଧିକାରୀ ଲଳିତ ବେହେରାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି । ନିଲମ୍ବନ ଅବଧି ସମୟରେ ସେ ଭୁବନେଶ୍ୱର ଛାଡ଼ି ବାହାରକୁ ଯାଇପାରିବେ ନାହିଁ । ମେଡିକାଲ ଅଧିକାରୀ ଶ୍ରୀ ବେହେରାଙ୍କୁ ରାଜ୍ୟ ସରକାର ନିଲମ୍ବନ  କରିବା ପରେ ଏହି ଆଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ବିଧାନସଭା ଡିସପେନସରି ଆସିଥିଲେ । ସଂପୃକ୍ତ ବ୍ୟକ୍ତି ଗତ ୧୬ ତାରିଖରେ ବିଧାନସଭା ଡିସପେନସରିକୁ ଆସିଥିଲେ ।

ସମ୍ବନ୍ଧିତ ଖବର