ବିଧାନସଭାରେ ଗୃହୀତ ହେଲା ସଂକ୍ରାମକ ରୋଗ ବିଲ୍, କୋଭିଡ ନିୟମ ଉଲ୍ଲଂଘନକାରୀଙ୍କୁ ୧ ଲକ୍ଷ ଟଙ୍କା ଜରିମାନା, ୨ ବର୍ଷ ଜେଲ୍
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନେରେ ଆଜି ପାରିତ ହୋଇଛି ସଂକ୍ରାମକ ରୋଗ ବିଲ-୨୦୨୦। ବିରୋଧୀଙ୍କ ବିରୋଧ ସତ୍ୱେ ଏହି ବିଲ ବିଧାନସଭାରେ ଗୃହୀତ ହୋଇଛି । ଏହି ବିଲର ପ୍ରାବଧାନ ଅନୁଯାୟୀ କୋଭିଡ ନିୟମ ଉଲ୍ଲଂଘନକାରୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲ ବ୍ୟବସ୍ଥା ରହିଛି ।