ଅନ୍‌ଲାଇନ୍‌ରେ ବିଧାନସଭା ପ୍ରଶ୍ନୋତ୍ତର

ଭୁବନେଶ୍ବର : ବିଧାନସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟକୁ ପେପର୍‌ଲେସ୍‌ କରାଯିବ। ଆଉ ବିଧାୟକମାନଙ୍କୁ ଲିଖିତ ପ୍ରଶ୍ନ ପଚାରିବାକୁ ପଡ଼ିବନି। କିମ୍ବା ବିଧାନସଭା ପକ୍ଷରୁ ‌ବିଧାୟକମାନଙ୍କୁ ଲିଖିତ ଉତ୍ତର ଦେବାକୁ ପଡ଼ିବନି। ଏସବୁ କାମ ଅନ୍‌ଲାଇନ୍‌ରେ ଚାଲିବ। ବିଧାୟକମାନେ ଅନ୍‌ଲାଇନ୍‌ରେ ପ୍ରଶ୍ନ କରିବେ। ନିଜ ମୋବାଇଲ୍‌ରେ ତାହାର ଉତ୍ତର ବି ପାଇଯିବେ। ଇ-ବିଧାନସଭା ପ୍ରକଳ୍ପର ଏକ ଅଂଶ ଭାବେ ଏହି ପଦକ୍ଷେପ ନିଆଯାଇଛି। ନାଭା ଆପ୍‌ ଜରିଆରେ ପ୍ରଶ୍ନୋତ୍ତର ଅନ୍‌ଲାଇନ୍‌ରେ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଆସନ୍ତା ବଜେଟ୍‌ ଅଧିବେଶନରେ ହିଁ ଏହି ନୂଆ ଧାରାରେ ପ୍ରଶ୍ନୋତ୍ତର ଚାଲିବ ବୋଲି ଜଣାପଡ଼ିଛି।

ସୂଚନା‌େଯାଗ୍ୟ ଯେ ଓଡ଼ିଶା ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରିବା ପାଇଁ କାର୍ଯ୍ୟ ଜାରି ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟ କରାଯାଉଛି। ଗତକାଲି କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଓ ଯୁଗ୍ମ ସଚିବ ଓଡ଼ିଶା ଗସ୍ତରେ ଆସି ଇ-ବିଧାନସଭା ପ୍ରକଳ୍ପର ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର