୩୧ ପର୍ଯ୍ୟନ୍ତ ବିଧାନସଭା ସଚିବାଳୟ ବନ୍ଦ

ଭୁବନେଶ୍ବର : ବିଧାନସଭା ସଚିବାଳୟର ୫ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଧାନସଭା ସଚିବାଳୟକୁ ଚ​ଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଏ ନେଇ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଧାୟକ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଷ୍ଟାଣ୍ଡିଂ କମିଟି ବୈଠକ ହୋଇଥିଲା। ପରେ ବିଜେପି ବିଧାୟକ ସୁକାନ୍ତ ନାୟକ କୋଭିଡ୍‌ ଆକ୍ରାନ୍ତ ହୋଇଥିବା ନେଇ ଚିହ୍ନଟ ହେବା ପରେ ବିଧାନସଭା କର୍ମଚାରୀଙ୍କ ନମୁନା ପରୀକ୍ଷା ହୋଇଥିଲା। ସେମାନଙ୍କ ଭିତରୁ ୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର