ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢ଼ିଲା

ଭୁବନେଶ୍ବର : ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ବଢ଼ାଯାଇଛି। ସେ ବିଧାନସଭାର ଓଏସ୍‌ଡି ତଥା ସଚିବ ଭାବେ ଆସନ୍ତା ଫେବ୍ରୁଆରି ୧ ତାରିଖରୁ ଏକ ବର୍ଷ ପାଇଁ କାର୍ଯ୍ୟ କରିବେ ଓ ସ୍ବତନ୍ତ୍ର ସଚିବ ପାହ୍ୟା‌ ପାଇବେ। ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଶ୍ରୀ ଶତପଥୀ ଗତ ବର୍ଷ ସରକାରୀ ଚାକିରିରୁ ଅବସର ନେଲା ପରେ ସରକାର ତାଙ୍କୁ ଏକ ବର୍ଷ ପାଇଁ ବିଧାନସଭା ସଚିବ ଭାବେ ସାନି ନିଯୁକ୍ତି ଦେଇଥିଲେ। ଏବେ ଦ୍ବିତୀୟ ଥର ପାଇଁ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର