ଭୁବନେଶ୍ବର: ଆସନ୍ତା ନଭେମ୍ବର ୨୧ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଆଜି ନୂଆ ରାଜ୍ୟପାଳ ରଘୁବର ଦାସ ଏ ସଂକ୍ରାନ୍ତ ସମନ ଜାରି କରିବା ପରେ ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧିବେଶନ ଡିସେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ୭ଟି ସରକାରୀ କାର୍ଯ୍ୟଦିବସ ଓ ଦୁଇଟି ବେସରକାରୀ କାର୍ଯ୍ୟଦିବସ ରହିଛି। ନଭେମ୍ବର ୨୫ ଓ ୨୬ ତାରିଖ ଯଥାକ୍ରମେ ଶନିବାର ଓ ରବିବାର ଥିବାରୁ ଏ ଦିନ ବିଧାନସଭା ବୈଠକ ନାହିଁ। ସେହିପରି ୨୭ ତାରିଖ ଦିନ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ମଧ୍ୟ ବିଧାନସଭା ବୈଠକ ବସିବ ନାହିଁ। ମୌସୁମୀ ଅଧିବେଶନରେ ପ୍ରଥମ ଅତିରିକ୍ତ ବଜେଟ୍‌ ପାରିତ ହୋଇସାରିଛି।