ଭୁବନେଶ୍ବର: ଆସନ୍ତାକାଲି ସୋମବାରଠୁ ବିଧାନସଭା ଅଧିବେଶନ ହେବାକୁ ଯାଉଛି। ଏଥିପାଇଁ ସର୍ବଦଳୀୟ ବୈଠକ ରବିବାର ପୂର୍ବାହ୍ନ ୧୧ଟାରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ବାଚସ୍ପତି ସମସ୍ତଙ୍କର ସହଯୋଗ ଲୋଡ଼ିବେ।
ବୈଠକ ପୂର୍ବରୁ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ନିଯୁକ୍ତ ହେବେ। ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ପଦବୀ କାହାକୁ ମିଳୁଛି ତାହା ଉପରେ ନଜର ରହିଛି ।
ଆସନ୍ତା ୨୩ ତାରିଖରେ ଉପବାଚସ୍ପତି ପଦ ଲାଗି ନାମାଙ୍କନ ଦାଖଲ ହେବ । ସେହିଦିନ ମଧ୍ୟାହ୍ନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ ସହ ୨୪ ତାରିଖରେ ଫଳାଫଳ ଘୋଷଣା କରାଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/3-12.jpg)