ନାବାଳିକା ନିଖୋଜ ଓ ଦୁଷ୍କର୍ମ ପ୍ରସଙ୍ଗରେ ଆସନ୍ତାକାଲି ବିଧାନସଭାରେ ହେବ ମୁଲତବି ଆଲୋଚନା

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମଙ୍ଗଳବାର ବିଧାନସଭା ହୁଲସ୍ତୁଲ ହୋଇଛି। ବିରୋଧୀ ମାନେ ହୋହଲ୍ଲା କରିବା ସହିତ ନାରାବାଜିରେ ଗୃହ କମ୍ପାଇଛନ୍ତି। ରାଜ୍ୟରେ ବଢୁଥିବା ନାବାଳିକାଙ୍କୁ ଦୁଷ୍କର୍ମ ଓ ଶହ ଶହ ଶିଶୁ ନିଖୋଜ ହେବା ଘଟଣାକୁ ବିରୋଧୀ ମାନେ ଗମ୍ଭୀରତାର ସହ ନେଇଛନ୍ତି। ଉକ୍ତ ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରି ବିରୋଧୀ ମାନେ ଦୁଇ ଦିନ ହେବ ସରକାରଙ୍କୁ ଘେରିଛନ୍ତି । ଦିନତମାମ ଏହି ପ୍ରସଙ୍ଗକୁ ନେଇ ବିଧାନସଭା ମଙ୍ଗଳବାର ଅଚଳାବସ୍ଥା ଜାରି ରହିଥିଲା। ଆରୋପ-ପ୍ରତ୍ୟାରୋପରେ ଗୃହ କମ୍ପିବା ସହ ବିଧାନସଭା ବାରମ୍ବାର ମୁଲତବି ହୋଇଥିଲା।

ରାଜ୍ୟରେ କ୍ରମାଗତ ଭାବରେ ବଢ଼ି ଚାଲିଥିବା ଦୁର୍ଷ୍କମ ଏବଂ ଅପହରଣ ଭଳି ଘଟଣାକୁ ନେଇ ଉଠିଥିବା ଝଡରେ ବିଧାନସଭା ଆଜି ସମ୍ପୂର୍ଣ୍ଣ ଧୋଇ ଯାଇଥିଲା। ବିରୋଧୀଙ୍କ ଘନଘନ ପ୍ରତିବାଦ ଫଳରେ ବାଚସ୍ପତିଙ୍କୁ ବାରମ୍ବାର ଗୃହ ମୁଲତବୀ କରିବାକୁ ପଡ଼ିଥିଲା। କଂଗ୍ରେସ ଏହି ପ୍ରସଙ୍ଗରେ ଗୃହ କମିଟି ଗଠନ ପାଇଁ ଦାବି କରିଥିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିବା ସହ ଇସ୍ତଫା ଦାବି କରିଥିଲା।

ତେବେ ଅଚଳାବସ୍ଥା ପାଇଁ ଗୃହକୁ ବୁଧବାର ଯାଏଁ ମୁଲତବି ରଖିଥିଲେ ହେଁ ଉକ୍ତ ପ୍ରସଙ୍ଗରେ ବିଧାନସଭାରେ ମୁଲତବି ଆଲୋଚନା ହେବ। ନାବାଳିକା ନିଖୋଜ ଓ ଦୁଷ୍କର୍ମ ପ୍ରସଙ୍ଗରେ ବୁଧବାର ଗୃହରେ ମନ ଖୋଲି କହିବେ ବିରୋଧୀ। ଶିଶୁଙ୍କ ପ୍ରତି ବଢି ଚାଲିଥିବା ଅତ୍ୟାଚାରକୁ ଶାଣିତ ସ୍ୱରରେ ସରକାରଙ୍କ କାନରେ ପକାଇବେ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ଯ ୨ ପ୍ରମୁଖ ବିରୋଧୀ ଏକ ହୋଇ ଯାଇଥିବାରୁ ପଞ୍ଚମ ପାଳିରେ ସରକାରଙ୍କୁ ପ୍ରତି କଥାରେ କ୍ଷତବିକ୍ଷତ କରୁଛନ୍ତି। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଦାୟି କରି ଅଡୁଆରେ ପକାଉଛନ୍ତି।

ଆଉ ଏହିପରି ସ୍ଥଳରେ ଗତ ଦୁଇ ଦିନ ହେବ ରାଜ୍ୟର ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ସିଧା ଟାର୍ଗେଟ କରିବେ ବିରୋଧୀ। ନାବାଳିକା ଦୁଷ୍କର୍ମ ଓ ନିଖୋଜ ନେଇ ଗୃହରେ ବିଗତ ଦିନର କ୍ଷତ ଆଉ ଉପସ୍ଥାପନା କରି ହେଉନଥିବା କ୍ଷୋଭକୁ ବଖାଣିବେ ବିରୋଧୀ। ନାବାଳିକା ପ୍ରସଙ୍ଗରେ ସୋମବାର ମଧ୍ୟ ବିଧାନସଭାରେ ହଙ୍ଗାମା ଦେଖିବାକୁ ମିଳିଥିଲା। ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଉଭୟ ବିଜେପି ଓ କଂଗ୍ରେସ ଧାରଣା ଦେଇଥିଲେ। ଗୃହ ମଧ୍ୟରେ ବିଜେପି ବସିଥିବା ବେଳେ ଗୃହ ବାହାରେ ଅର୍ଥାତ ଗାନ୍ଧି ମୂର୍ତ୍ତି ତଳେ କଂଗ୍ରେସ ସଦସ୍ୟ ଧାରଣା ଦେଇଥିଲେ ଆଉ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପାଇଁ ଅଡି ବସିଥିଲେ।

କେତେ ଶିଶୁ ନିଖୋଜ ଅଛନ୍ତି ଆଉ କେତେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ପକାନ୍ତୁ ନଜର

– ବର୍ଷ ୨୦୧୯ ଜାନୁୟାରୀରୁ ମାର୍ଚ୍ଚ ତିନି ଭିତରେ ୬୦୨ ନାବାଳକ ଓ ନାବାଳିକା ନିଖୋଜ ହୋଇଛନ୍ତି
– ନିଖୋଜ ୧୦୦ ନାବାଳକଙ୍କ ମଧ୍ୟରୁ ମାତ୍ର ୩୧ ଜଣଙ୍କୁ ଉଦ୍ଧାର କରାଯାଇଛି
– ଏହି ତିନି ମାସ ଭିତରେ ୫୦୨ ଜଣ ନାବାଳିକା ନିଖୋଜ ହୋଇଛନ୍ତି
– ସେଥିରୁ ମାତ୍ର ୭୯ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପୁଲିସ
– ସେହିପରି ଓଡ଼ିଶାରେ ପ୍ରତିଦିନ ଘଟୁଛି ୭ଟି ଦୁଷ୍କର୍ମ
– ୨୦୧୮ ମସିହାରେ ୨ ହଜାର ୫ଶହ ଦୁର୍ଷ୍କମ ମାମଲା ହୋଇଥିଲା
– ୨୦୧୨ରୁ ୨୦୧୬ ନାବାଳିକାଙ୍କ କ୍ଷେତ୍ରରେ ଦୁଷ୍କର୍ମ ୪ ଶହ ପ୍ରତିଶତ ବୃଦ୍ଧି ପାଇଛି

ସମ୍ବନ୍ଧିତ ଖବର