ବିଧାନସଭାରେ ମହାନଦୀ ତାତି: ସନ୍ଧ୍ୟା ୬ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର: ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥବା ବିବାଦର ସମାଧାନର ପନ୍ଥା ବାହାରି ନଥିବାରୁ ଓଡ଼ିଶା ବିଧାନସଭାରେ ଗୁରୁବାର ହୋହାଲ୍ଲା ଦେଖାଯାଇଛି। ଶାସକ ଦଳର ବିଧାୟକ ମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ପାଟିତୁଣ୍ଡ କରିବା ପରେ ବାଚସ୍ପତି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି।

ସୂଚନାଯୋଗ୍ୟ, ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ ହୋଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଆପୋଷ ସମାଧାନ ହେଉ ବୋଲି ପ୍ରସ୍ତାବ ରଖିଛନ୍ତି। ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ ଅନୁଯାଇ ଟ୍ରିବ୍ୟୁନାଲ ଗଠନ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି କେନ୍ଦ୍ର କହିଛି। କେନ୍ଦ୍ର କହିଛି, ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ମାଧ୍ୟମରେ ସମସ୍ୟାର ସମାଧାନ ହେଉ।

ସତ୍ୟପାଠରେ ଓଡ଼ିଶା ସରକାରଙ୍କ ଦ୍ୱାରା ଜଳ ଆବଣ୍ଟନ ତଥ୍ୟ ଦିଆଯାଇ ନଥିବାରୁ କେନ୍ଦ୍ର ସରକାର ଦୋଷ ଦେଇଛି। ପୂର୍ବରୁ ରାଜ୍ୟ ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ପାଖରେ ଦାବି କରିଥିଲା। ଗତ ନଭେମ୍ବର ୧୯ରେ ଟ୍ରିବ୍ୟୁନାଲ ଗଠନ ପାଇଁ ଶେଷ ତାରିଖ ଧାର୍ଯ୍ୟ ହୋଇଥିଲେ ହେଁ, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପାଖରେ ସବିଶେଷ ତଥ୍ୟ ଦାଖଲ କରି ନଥଲେ ବୋଲି ଦୋଷ ଦିଆଯାଇଛି।

ସମ୍ବନ୍ଧିତ ଖବର