ଭୁବନେଶ୍ବର : ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରାଯିବ। ବିଧାନସଭା ଅଧିବେଶନ ସଂକ୍ରାନ୍ତରେ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୪ ତାରିଖରେ ଅର୍ଥ ମନ୍ତ୍ରୀ ଅତିରିକ୍ତ ବଜେଟ୍ ଆଗତ କରିବା ପରେ ୩୦ ଓ ୧ ତାରିଖ ଦୁଇ ଦିନ ଧରି ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ୨ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ। ଅଧିବେଶନରେ ମୋଟ୍ ୬ଟି ବେସରକାରୀ କାର୍ଯ୍ୟ ଦିବସ ରହିଛି। ଅଧିବେଶନ ସମୟରେ ୫ଟି ରବିବାର ପଡ଼ୁଥିବାରୁ ସେହିଦିନ ଗୃହ କାର୍ଯ୍ୟ ହେବ ନାହିଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp