୨୪ରୁ ବିଧାନସଭା ଶୀତ ଅଧିବେଶନ, ପ୍ରଥମ ଦିନରେ ଅତିରିକ୍ତ ବଜେଟ ଆସିବ

ଭୁବନେଶ୍ବର : ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରାଯିବ।

ବିଧାନସଭା ଅଧିବେଶନ ସଂକ୍ରାନ୍ତରେ ଗୁରୁବାର ଦିନ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୪ ତାରିଖରେ ଅର୍ଥ ମନ୍ତ୍ରୀ ଅତିରିକ୍ତ ବଜେଟ୍ ଆଗତ କରିବା ପରେ ୩୦ ଓ ୧ ତାରିଖ ଦୁଇ ଦିନ ଧରି ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ୨ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ। ଅଧିବେଶନରେ ମୋଟ୍ ୬ଟି ବେସରକାରୀ କାର୍ଯ୍ୟ ଦିବସ ରହିଛି। ଅଧିବେଶନ ସମୟରେ ୫ଟି ରବିବାର ପଡ଼ୁଥିବାରୁ ସେହିଦିନ ଗୃହ କାର୍ଯ୍ୟ ହେବ ନାହିଁ।

ସମ୍ବନ୍ଧିତ ଖବର