ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ସୁପରିଚାଳନା ନେଇ ଵାଚସ୍ପତିଙ୍କ ଅଧକ୍ଷତାରେ ସର୍ବଦଳୀୟ ବୈଠକ ଶେଷ ହୋଇଛି। ସର୍ବଦଳୀୟ ବୈଠକ ପରେ ବାଚସ୍ପତି ବିକ୍ରମ ଆରୁଖ କହିଛନ୍ତି ଯେ ରାଜ୍ୟରେ ଥିବା କୋଭିଡ କଟକଣା ହଟିଥିବା ହେତୁ ପୂର୍ବ ଅପେକ୍ଷା ବିଧାନସଭା ଅବଧି ୧ ଘଣ୍ଟା ବୃଦ୍ଧି ହୋଇଛି । ସନ୍ଧ୍ୟା ୬ ପରିବର୍ତ୍ତେ ସନ୍ଧ୍ୟା ୭ଟା ଯାଏ ଗୃହକାର୍ଯ୍ୟ ଚାଲିବ।
ସେହିଭଳି ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀକୁ ଯିବାକୁ ଅନୁମତି ଦିଆଯାଇଛି। ଏନେଇ ବାଚସ୍ପତି ବିକ୍ରମକେଶରୀ ଆରୁଖ ସୂଚନା ଦେଇଛନ୍ତି। ଆସନ୍ତା ୨୪ରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି।
ଏହି ବୈଠକରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
ବିଧାନସଭା ଶୀତ ଅଧିବେଶନ: ଉଠିଲା କୋଭିଡ କଟକଣା, ଗୃହକାର୍ଯ୍ୟ ଅବଧି ୧ ଘଣ୍ଟା ବୃଦ୍ଧି
/sambad/media/post_attachments/wp-content/uploads/2022/07/1647368094_1644603585_odisha-legislative-assembly.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)